Sat. Feb 21st, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ଆଫ୍ରିକା ବିପକ୍ଷ ଆସନ୍ତା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ନିଜ ଫିଟନେସ୍‌କୁ ନେଇ ଗୁରୁତ୍ୱ ଦେଇଛନ୍ତି। ସେ ବେଙ୍ଗାଲୁର ସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଗିଲଙ୍କ ଫିଟନେସ୍‌ ଯାଞ୍ଚ ଡିସେମ୍ବର ୫ ତାରିଖରେ କରାଯିବ । ସବୁକିଛି ଠିକ୍‌ଠାକ୍ ରହିଲେ ସେ ଟି୨୦ ସିରିଜରେ ଖେଳିବେ ।ଉଲ୍ଲେଖନୀୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ସମୟରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ ।

ଏହାପରେ ସେ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜରୁ ଓହରି ଯାଇଥିଲେ । ବର୍ତ୍ତମାନ ସେ ହାଲକା ବ୍ୟାଟିଂ ଅଭ୍ୟାସ କରିଛନ୍ତି ଏବଂ ଏଥିରେ କୌଣସି ପ୍ରୟାସ କାଳୀନ ଯନ୍ତ୍ରଣା ଅନୁଭବ କରିନଥିବା ଜଣାପଡ଼ିଛି, ଯାହା ଦଳ ପାଇଁ ଏକ ସକାରାତ୍ମକ ସଙ୍ଗେତ ।ଏହି ମଧ୍ୟରେ ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସକ୍ରିୟ ଅଭ୍ୟାସ ପରେ ଫିଟ ହୋଇଥିବା ଖବର ମିଳିଛି ।

ସମ୍ଭବ ହେଲେ ସେ ମଧ୍ୟ ଟି୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଆସନ୍ତା ଟି୨୦ ବିଶ୍ୱକପ ପୂର୍ବରୁ ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା– ଏହି ଦୁଇ ମୁଖ୍ୟ ଖେଳାଳିଙ୍କ ସମ୍ପୂର୍ଣ୍ଣ ଫିଟ ହେବା ଟିମ୍‌ ଇଣ୍ଡିଆ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।ଉଲ୍ଲେଖ ଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଡିସେମ୍ବର ୯ ତାରିଖରୁ କଟକରେ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *