Sat. Feb 21st, 2026

ନ୍ୟୁଜ ଡେକ୍ସ : ଚାଲିବା ଏକ ସହଜ ଏବଂ ସର୍ବୋତ୍ତମ ଶାରୀରିକ କାର୍ଯ୍ୟକଳାପ, ଯାହା ପାଇଁ ଅଧିକ ପରିଶ୍ରମ କିମ୍ବା ସମୟ ଆବଶ୍ୟକ ହୁଏ ନାହିଁ। ବିଶେଷକରି ସକାଳ ସମୟକୁ ଚାଲିବା ପାଇଁ ସବୁଠାରୁ ଭଲ ସମୟ ବୋଲି ଧରାଯାଏ। କିନ୍ତୁ ବର୍ତ୍ତମାନ ଶୀତ ଋତୁ ଚାଲିଥିବାରୁ ସକାଳୁ ଥଣ୍ଡା ପବନରେ ଚାଲିବା କେତେଟା ସୁରକ୍ଷିତ, ଏନେଇ ଅନେକଙ୍କ ମନରେ ଦ୍ଵିଧା ସୃଷ୍ଟି ହୋଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ, ଚାଲିବା ଦ୍ୱାରା ଶରୀରର ଶକ୍ତି ବଢ଼େ, ହୃଦୟ ଓ ଫୁସଫୁସର କ୍ଷମତା ମଜବୁତ ହୁଏ, ମେଦବହୁଳତା କମେ ଏବଂ ରକ୍ତ ପ୍ରବାହ ଉନ୍ନତ ହୁଏ। ଏହା ସହିତ ମାଂସପେଶୀ ଶକ୍ତିଶାଳୀ ହେବା ସହ ମାନସିକ ଚାପ ମଧ୍ୟ କମିଥାଏ। ସକାଳର ହାଲୁକା ସୂର୍ଯ୍ୟକିରଣ ଭିଟାମିନ୍–ଡିର ଉତ୍ତମ ଉତ୍ସ ଭାବେ କାମ କରିଥାଏ, ଯାହା ହାଡ଼କୁ ମଜବୁତ ରଖେ। ତଥାପି ଶୀତ ଋତୁରେ ସକାଳୁ ଥଣ୍ଡା ପବନରେ ଚାଲିବା ସମୟରେ ସତର୍କତା ଅବଲମ୍ବନ ଅତ୍ୟନ୍ତ ଆବଶ୍ୟକ। ଲେଡି ହାର୍ଡିଞ୍ଜ ହସ୍ପିଟାଲର ଡାକ୍ତର ଏଲ.ଏଚ. ଘୋଟେକରଙ୍କ କହିବାନୁସାରେ, “ଥଣ୍ଡା ପବନରେ ଚାଲିବା ସାଧାରଣତଃ ଭଲ ଅଭ୍ୟାସ, କିନ୍ତୁ ଆସ୍ଥମା, ରକ୍ତଚାପ ଓ ହୃଦ୍ରୋଗୀମାନେ ବିଶେଷ ସତର୍କ ରହିବା ଦରକାର।

ଅତ୍ୟଧିକ ଥଣ୍ଡାରେ ରକ୍ତ ପ୍ରବାହ ଧୀର ହୋଇପାରେ ଏବଂ ହୃଦୟ ଉପରେ ଚାପ ପଡ଼ିପାରେ।”ନିୟମିତ ଭାବେ ଚାଲିବା କିମ୍ବା ବ୍ୟାୟାମ ନ କଲେ ଓଜନ ବୃଦ୍ଧି, ଡାଏବେଟିସ୍, ହୃଦଘାତ, ଷ୍ଟ୍ରୋକ, ମାଂସପେଶୀ ଦୁର୍ବଳତା ଓ ମାନସିକ ଅବସାଦ ଭଳି ଅନେକ ସମସ୍ୟା ଦେଖାଦେଇପାରେ। ଦୀର୍ଘକାଳୀନ ବସି ଜୀବନଶୈଳୀ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ କମାଇ ଦିଏ।

Leave a Reply

Your email address will not be published. Required fields are marked *