ନ୍ୟୁଜ ଡେକ୍ସ : ଆଜିକାଲି ସୁସ୍ଥ ଓ ନିରୋଗ ରହିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଏ ସକାଳୁ ଉଠି ବ୍ୟାୟାମ କରୁଛି, କିଏ ଜିମ୍କୁ ଯାଉଛି ତ ଆଉ କେହି ଯୋଗାଭ୍ୟାସ କରୁଛନ୍ତି। ବର୍ତ୍ତମାନ ସମୟରେ ମଧୁମେହ (ଡାୟାବେଟିସ) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ବଦଳୁଥିବା ଜୀବନଶୈଳୀ, କମ୍ ବ୍ୟାୟାମ, ଅସମ୍ୟକ ଖାଦ୍ୟପାନୀୟ ଇତ୍ୟାଦି କାରଣରୁ ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି।ବିଶେଷଜ୍ଞଙ୍କ ମତରେ, ସମୟରେ ମଧୁମେହର ସଠିକ୍ ଚିକିତ୍ସା ନ କରିଲେ ଏହାର ପ୍ରଭାବରୁ କ୍ରୋନିକ୍ କିଡନୀ ବିଫଳତା, ଚକ୍ଷୁ ସମସ୍ୟା, ହୃଦଯନିତ ରୋଗ, ଷ୍ଟ୍ରୋକ୍ ଭଳି ଗୁରୁତର ସମସ୍ୟା ହୋଇପାରେ। ତେବେ ଔଷଧ ସହ ସହିତ ନିୟମିତ ଯୋଗାଭ୍ୟାସ ମଧୁମେହ ନିୟନ୍ତ୍ରଣ ପାଇଁ ବହୁତ ଲାଭଦାୟକ ବୋଲି ଡାକ୍ତରମାନେ କହୁଛନ୍ତି।ଆସନ୍ତୁ ଜାଣିବା ଏମିତି କିଛି ଯୋଗାସନ, ଯାହା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ—୧. ବୃକ୍ଷାସନବୃକ୍ଷ ଶବ୍ଦରୁ ବୃକ୍ଷାସନ ନାମକରଣ ହୋଇଛି।
ଏହି ଆସନରେ ଗଛଭଳି ଠିଆ ହୋଇ ଦେହକୁ ସନ୍ତୁଳିତ କରାଯାଏ। ଏହା ରକ୍ତସ୍ରୋତକୁ ସୁଧାରେ, ମସ୍ତିଷ୍କକୁ ଶାନ୍ତ କରେ ଏବଂ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ।୨. ଧନୁରାସନଧନୁରାସନ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭକାରୀ। ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ପାନକ୍ରୀୟାଜ (Pancreas) କ୍ରିୟାଶୀଳ ହୁଏ ଏବଂ ଇନସୁଲିନ କ୍ଷରଣ ଉନ୍ନତି ପାଏ। ଫଳରେ ରକ୍ତରେ ସୁଗାର ସ୍ତର ସନ୍ତୁଳିତ ରହେ। ଟାଇପ୍–୧ ଓ ଟାଇପ୍–୨ ମଧୁମେହ ଉଭୟରେ ଏହା ଲାଭଦାୟକ।୩. ହଳାସନହଳ ଓ ଆସନ ଶବ୍ଦରୁ ହଳାସନର ନାମକରଣ ହୋଇଛି।
ଏହି ଆସନ ଦେହର ମେଟାବୋଲିଜମକୁ ସକ୍ରିୟ କରେ, ହର୍ମୋନ୍ ସନ୍ତୁଳନ ରଖେ ଏବଂ ରକ୍ତରେ ଶର୍କରା ସ୍ତର କମାଇବାରେ ସହାୟକ ହୁଏ। ମଧୁମେହ ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ଏହି ଆସନ ନିୟମିତ କରିପାରିବେ।ବିଶେଷଜ୍ଞମାନେ କହୁଛନ୍ତି, ନିୟମିତ ଯୋଗାଭ୍ୟାସ, ସଠିକ୍ ଖାଦ୍ୟାଭ୍ୟାସ ଏବଂ ନିୟତ ଚିକିତ୍ସା ଦ୍ୱାରା ମଧୁମେହକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖାଯାଇପାରେ। ତେଣୁ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗକୁ ଅଭ୍ୟାସରେ ସାମିଲ କରିବା ଅତ୍ୟନ୍ତ ଆବଶ୍ୟକ।

