ନ୍ୟୁଜ ଡେକ୍ସ : ରନ୍ଧାଶାଳରେ ସାଧାରଣ ମସଲା ଭାବରେ ବ୍ୟବହୃତ ଗୁଜୁରାତି ବା ଇଲାଇଚି କେବଳ ସ୍ୱାଦ ଓ ବାସ୍ନା ପାଇଁ ନୁହେଁ, ବରଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ‘ଫୁଡ୍ ହିରୋ’ । ନ୍ୟୁଟ୍ରିସିଓନିଷ୍ଟମାନଙ୍କ ଅନୁସାରେ, ଏହି ଛୋଟ ମସଲାଟି ଶରୀରରେ ଅନେକ ବିପଦକ ଦୂର କରିବା ସହିତ ଦିନକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ନିଭାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଗୁଜୁରାତିର ପ୍ରକୃତି ହେଉଛି ଗରମ । ତେବେ ଏହା ପେଟ ପାଇଁ କ୍ଷତିକାରକ ନୁହେଁ, ଓଲଟା ହଜମକୁ ତ୍ୱରାନ୍ୱିତ କରି ଶରୀରକୁ ଆରାମ ଦେଇଥାଏ । ଗ୍ୟାସ୍, ଏସିଡିଟି ଓ କୋଷ୍ଠକାଠିନ୍ୟରେ ପୀଡିତ ଲୋକଙ୍କ ପାଇଁ ଗୁଜୁରାତି ଏକ ପ୍ରାକୃତିକ ଔଷଧ ।ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି ଚୋବାଇ ଉଷୁମ ପାଣି ପିଲେ ପେଟ ସମସ୍ୟା ହ୍ରାସ ପାଏ ।ଅନିଦ୍ରା, ମାନସିକ ଚାପ ଏବଂ ମନୋକ୍ଳାନ୍ତିରେ ଗୁଜୁରାତି ଦେଉଛି ବହୁତ ଆରାମ ।
ଏଥିରେ ଥିବା ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ମନକୁ ସ୍ୱସ୍ଥ ଏବଂ ଶାନ୍ତ କରେ । ରାତିରେ ଗୁଜୁରାତି ଖାଇଲେ ।ମେଟାବୋଲିଜିମ୍ ବୃଦ୍ଧି ପାଏ । ଶରୀରରେ ଜମା ହୋଇଥିବା ଚର୍ବି କମାଇବାରେ ସାହାଯ୍ୟ ମିଳେ । ଗୁଜୁରାତି ହେଉଛି ଏକ ପ୍ରାକୃତିକ ‘ମାଉଥ୍ ଫ୍ରେଶନର୍’ । ପାଟିରୁ ଦୁର୍ଗନ୍ଧ ଦୂର କରେ । ଦାନ୍ତ ଓ ମାଢିକୁ ସୁସ୍ଥ ରଖେ ।ଏଥିରେ ଥିବା ପୋଟାସିୟମ ଓ ମ୍ୟାଗ୍ନେସିୟମ । ରକ୍ତଚାପ ସମତୋଳନ କରେ । ହୃଦରୋଗ ଆଶଙ୍କା କମାଇଥାଏ ।

