Sat. Feb 21st, 2026

ନ୍ୟୁଜ ଡେକ୍ସ :ଇଣ୍ଡିଆନ୍ ପ୍ରିମିୟର ଲିଗ (IPL) ୨୦୨୬ ମିନି ଅକ୍ସନରେ ଓଡ଼ିଶା ପାଇଁ ଖୁସିର ଖବର। ଏହି ନିଲାମରେ ଦୁଇ ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଜାରି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ସାମିଲ ହୋଇଛି।IPL ୨୦୨୬ ମିନି ଅକ୍ସନ ଆଜି ଆବୁଧାବିରେ ଅନୁଷ୍ଠିତ ହେବ। ଲଗାତାର ତୃତୀୟ ଥର ପାଇଁ IPL ଅକ୍ସନ ଭାରତ ବାହାରେ ଆୟୋଜିତ ହେଉଛି।

ଚଳିତ ଥର ୧୦ଟି ଫ୍ରାଞ୍ଚାଇଜରେ ମୋଟ ୭୭ଟି ସ୍ଥାନ ଖାଲି ରହିଥିବା ବେଳେ, ସେହି ସ୍ଥାନ ପାଇଁ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ଅଛନ୍ତି। ୩୫୯ ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି। ଖାଲି ସ୍ଥାନ ମଧ୍ୟରୁ ୩୧ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ରଖାଯାଇଛି।ଉଲ୍ଲେଖନୀୟ ଯେ, IPL ମିନି ଅକ୍ସନ ପାଇଁ ହଜାର ହଜାର ଖେଳାଳି ନିଜ ନାମ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କେବଳ ୩୫୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୯ ଜଣଙ୍କୁ ତାଲିକାରେ ଯୋଡ଼ାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ଦୁଇ ଖେଳାଳି ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ ସୁଯୋଗ ପାଇଛନ୍ତି। ଅନ୍ୟପଟେ, ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୨ଟି ବଡ଼ ଡିଲ୍ କରିଛି।

ସେମାନେ ଲକ୍ଷ୍ନୌ ସୁପର ଜାୟାଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି। ଏହାପୂର୍ବରୁ ୨୦୨୫ ସିଜନର ମେଗା ନିଲାମ ନଭେମ୍ବର ୨୦୨୪ରେ ଜେଡାଠାରେ ଅନୁଷ୍ଠିତ ହୋଇଥିଲା।ଓଡ଼ିଶାର ଏହି ଦୁଇ ଯୁବ କ୍ରିକେଟର IPL ମଞ୍ଚରେ ସୁଯୋଗ ପାଇବେ କି ନାହିଁ, ସେଥିପାଇଁ କ୍ରିକେଟ ପ୍ରେମୀମାନେ ଉତ୍ସୁକତାର ସହ ଅପେକ୍ଷା କରିରହିଛନ୍ତି।

Leave a Reply

Your email address will not be published. Required fields are marked *