Fri. Apr 17th, 2026

ନ୍ୟୁଜ ଡେକ୍ସ : ଆଇଏଏସ ବିଷ୍ନୁପଦ ସେଠୀଙ୍କ ବଢିଲା ଅଡୁଆ। ବିଷ୍ନୁପଦଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏକ ମାମଲାରେ ଆଗୁଆ ଜାମିନ ଆବେଦନ ଆବେଦନ କରିଥିଲେ ବିଷ୍ନୁପଦ। ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା।

ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ହୁଏତ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି। ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ବିଷ୍ଣୁପଦ ‌ସେଠୀ ଅଡୁଆରେ ପଡି ପାରନ୍ତି ବୋଲି ସୂଚନା ରହିଛି ।ସୂଚନାଯୋଗ୍ୟ, ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ ସେଠୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ।

ସିବିଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ଣୁପଦ । ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ଣୁପଦଙ୍କ ଆବେଦନକୁ ଖାରଜ କରିଥିଲେ । ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଯାହା ଆଜି ଖାରଜ ହୋଇଯାଇଛି ।

Leave a Reply

Your email address will not be published. Required fields are marked *