Fri. Apr 17th, 2026

ନ୍ୟୁଜ ଡେକ୍ସ : ଆଜି ସାରା ଓଡ଼ିଶା ସହ ଦେଶର ବିଭିନ୍ନ ଅଞ୍ଚଳରେ ପବିତ୍ର ଶାମ୍ବ ଦଶମୀ ଧାର୍ମିକ ଭକ୍ତି ଓ ଆସ୍ଥାର ସହିତ ପାଳନ କରାଯାଉଛି। ଏହି ପବିତ୍ର ତିଥିକୁ ସୂର୍ଯ୍ୟ ଭଗବାନଙ୍କ ଉପାସନାର ଦିନ ଭାବେ ବିଶେଷ ମହତ୍ତ୍ୱ ଦିଆଯାଇଛି। ପୌରାଣିକ ବିଶ୍ୱାସ ଅନୁସାରେ, ଶାମ୍ବ ଦଶମୀରେ ବିଧିବଧାନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ ଓ ପୂଜାର୍ଚ୍ଚନା କଲେ ଶରୀରର ଦୁରାରୋଗ୍ୟ ନିବାରଣ ହୁଏ ଏବଂ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ଶାନ୍ତି ଲାଭ ହୁଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନ ହେଉଛନ୍ତି ସମସ୍ତ ଶକ୍ତି, ପ୍ରକାଶ ଓ ଜୀବନର ମୂଳ ଉତ୍ସ।

ସେହିପରି ସମସ୍ତ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ମନାଯାଇଥାଏ। ପୌରାଣିକ କଥା ଅନୁସାରେ, ଭଗବାନ କୃଷ୍ଣଙ୍କ ପୁତ୍ର ସାମ୍ବ ପିତୃ ଅଭିଶାପରେ ଭୟଙ୍କର ରୋଗରେ ପୀଡ଼ିତ ହୋଇଥିଲେ। ସେ ଚନ୍ଦ୍ରଭଗା ନଦୀ କୂଳରେ ଦୀର୍ଘ ସମୟ ଧରି ସୂର୍ଯ୍ୟ ଭଗବାନଙ୍କ କଠୋର ଉପାସନା କରିଥିଲେ। ତାଙ୍କର ଭକ୍ତିରେ ପ୍ରସନ୍ନ ହୋଇ ସୂର୍ଯ୍ୟ ଭଗବାନ ସାମ୍ବଙ୍କୁ ରୋଗମୁକ୍ତ କରିଥିଲେ ଏବଂ ପିତୃ ଅଭିଶାପରୁ ମୁକ୍ତି ଦେଇଥିଲେ।ଏହି ପୌରାଣିକ ଆସ୍ଥାକୁ ଆଧାର କରି ଆଜି ମଧ୍ୟ ଓଡ଼ିଆ ଘରମାନେ ଶାମ୍ବ ଦଶମୀକୁ ଅତ୍ୟନ୍ତ ଭକ୍ତିଭାବରେ ପାଳନ କରୁଛନ୍ତି। ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ଶୁଚିଶୁଭ୍ର ହୋଇ ଉଦୟ ସୂର୍ଯ୍ୟଙ୍କୁ ଜଳ, ଫୁଲ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରନ୍ତି। ଏହି ପୂଜା ମାଧ୍ୟମରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସୁସ୍ଥତା, ଦୀର୍ଘାୟୁ ଓ ସୁଖ-ଶାନ୍ତି ପାଇଁ କାମନା କରିଥାନ୍ତି।ଶାମ୍ବ ଦଶମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମାନବଜୀବନରେ ପ୍ରକୃତି, ସୂର୍ଯ୍ୟ ଶକ୍ତି ଓ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ସ୍ମରଣ କରାଏ। ଏହି ପବିତ୍ର ଦିନ ଲୋକମାନଙ୍କ ମନରେ ଆସ୍ଥା, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାକୁ ଆହୁରି ସୁଦୃଢ଼ କରେ।

ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନ ହେଉଛନ୍ତି ସମସ୍ତ ଶକ୍ତି, ପ୍ରକାଶ ଓ ଜୀବନର ମୂଳ ଉତ୍ସ। ସେହିପରି ସମସ୍ତ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ମନାଯାଇଥାଏ। ପୌରାଣିକ କଥା ଅନୁସାରେ, ଭଗବାନ କୃଷ୍ଣଙ୍କ ପୁତ୍ର ସାମ୍ବ ପିତୃ ଅଭିଶାପରେ ଭୟଙ୍କର ରୋଗରେ ପୀଡ଼ିତ ହୋଇଥିଲେ। ସେ ଚନ୍ଦ୍ରଭଗା ନଦୀ କୂଳରେ ଦୀର୍ଘ ସମୟ ଧରି ସୂର୍ଯ୍ୟ ଭଗବାନଙ୍କ କଠୋର ଉପାସନା କରିଥିଲେ। ତାଙ୍କର ଭକ୍ତିରେ ପ୍ରସନ୍ନ ହୋଇ ସୂର୍ଯ୍ୟ ଭଗବାନ ସାମ୍ବଙ୍କୁ ରୋଗମୁକ୍ତ କରିଥିଲେ ଏବଂ ପିତୃ ଅଭିଶାପରୁ ମୁକ୍ତି ଦେଇଥିଲେ। ଏହି ପୌରାଣିକ ଆସ୍ଥାକୁ ଆଧାର କରି ଆଜି ମଧ୍ୟ ଓଡ଼ିଆ ଘରମାନେ ଶାମ୍ବ ଦଶମୀକୁ ଅତ୍ୟନ୍ତ ଭକ୍ତିଭାବରେ ପାଳନ କରୁଛନ୍ତି।

ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ଶୁଚିଶୁଭ୍ର ହୋଇ ଉଦୟ ସୂର୍ଯ୍ୟଙ୍କୁ ଜଳ, ଫୁଲ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରନ୍ତି। ଏହି ପୂଜା ମାଧ୍ୟମରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସୁସ୍ଥତା, ଦୀର୍ଘାୟୁ ଓ ସୁଖ-ଶାନ୍ତି ପାଇଁ କାମନା କରିଥାନ୍ତି।ଶାମ୍ବ ଦଶମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମାନବଜୀବନରେ ପ୍ରକୃତି, ସୂର୍ଯ୍ୟ ଶକ୍ତି ଓ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ସ୍ମରଣ କରାଏ। ଏହି ପବିତ୍ର ଦିନ ଲୋକମାନଙ୍କ ମନରେ ଆସ୍ଥା, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାକୁ ଆହୁରି ସୁଦୃଢ଼ କରେ।

Leave a Reply

Your email address will not be published. Required fields are marked *