Fri. May 1st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅବସାନ ହେବାକୁ ଯାଉଛି। ଆସନ୍ତାକାଲି ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ପରେ ସନ୍ଧ୍ୟା ୬ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ।

ପରୀକ୍ଷା ଫଳ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ମୋବାଇଲ୍ ମେସେଜ୍ ମାଧ୍ୟମରେ ମଧ୍ୟ ନିଜର ରେଜଲ୍ଟ ଜାଣିପାରିବେ। ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ଟାଇପ୍ କରି 5676750 ନମ୍ବରକୁ ପଠାଇବାକୁ ପଡିବ।ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ମାଟ୍ରିକ ସାର୍ଟିଫିକେଟ ପାଇବେ, ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ଏବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଇଥିବାବେଳେ, ଫଳାଫଳ ପରେ ଆଗାମୀ ଶିକ୍ଷା ଯୋଜନା ନେଇ ଚର୍ଚ୍ଚା ଜୋର ଧରିବ।

Leave a Reply

Your email address will not be published. Required fields are marked *