Fri. Jun 26th, 2026

ନ୍ୟୁଜ ଡେକ୍ସ : ଆୟର୍ଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଶୁକ୍ରବାର ବେଲଫାଷ୍ଟରେ ପ୍ରଥମ କୋଡ଼ିଏ ଓଭର ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ଉଦୀୟମାନ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣ ହେବାର ସମ୍ଭାବନା ରହିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ରବିବାର ଖେଳାଯିବ।ଭାରତୀୟ କୋଡ଼ିଏ ଓଭର ଦଳର ନବନିଯୁକ୍ତ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା ପ୍ରଥମ ଶୃଙ୍ଖଳା।

ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଦଳ ମଧ୍ୟ ନବନିଯୁକ୍ତ ଅଧିନାୟକ ଲୋର୍କାନ ଟକରଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ।ଇଂଲଣ୍ଡରେ ଚାଲିଥିବା ମହିଳା କୋଡ଼ିଏ ଓଭର ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ଦୁଇ ମ୍ୟାଚ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ଉଭୟ ମ୍ୟାଚ୍ ସ୍ଥାନୀୟ ସମୟ ଅପରାହ୍ନ ଏକଟା ତିରିଶ ମିନିଟ ଏବଂ ଭାରତୀୟ ସମୟ ସନ୍ଧ୍ୟା ଛଅଟାରେ ଆରମ୍ଭ ହେବ।ରବିବାର ମହିଳା ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସନ୍ଧ୍ୟା ସାତଟାରୁ ଖେଳାଯିବ।

ଦୁଇଟି ମ୍ୟାଚ୍‌ର ସମୟ ଏକାଠି ନ ପଡ଼ିବା ପାଇଁ ପୁରୁଷ ଦଳର ମ୍ୟାଚ୍‌କୁ ଆଗୁଆ ରଖାଯାଇଛି।ଭାରତୀୟ ଦଳ ବେଲଫାଷ୍ଟରେ ପୂର୍ବରୁ ଦିନିକିଆ ମ୍ୟାଚ୍ ଖେଳିଥିଲେ ମଧ୍ୟ ଏଠାରେ ପ୍ରଥମ ଥର ପାଇଁ କୋଡ଼ିଏ ଓଭର ମ୍ୟାଚ୍ ଖେଳିବାକୁ ଯାଉଛି। ଆୟର୍ଲାଣ୍ଡ ଗସ୍ତ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ପାଞ୍ଚଟି କୋଡ଼ିଏ ଓଭର ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ତିନୋଟି କୋଡ଼ିଏ ଓଭର ମ୍ୟାଚ୍ ଭାରତୀୟ ସମୟ ରାତି ଦଶଟାରେ ଏବଂ ଶେଷ ଦୁଇଟି ମ୍ୟାଚ୍ ସନ୍ଧ୍ୟା ସାତଟାରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *