ନ୍ୟୁଜ ଡେକ୍ସ : CUET (UG) ୨୦୨୬ ପରୀକ୍ଷା ସମ୍ପର୍କରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମେ ୨୮ ତାରିଖରେ ହେବାକୁ ଥିବା CUET (UG) ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏହି ଦିନର ଉଭୟ ସିଫ୍ଟ ପରୀକ୍ଷା ବାତିଲ କରାଯାଇଥିବା ନେଇ NTA ସୂଚନା ଦେଇଛି ।
NTA ପକ୍ଷରୁ କୁହାଯାଇଛି ଯେ, ସଂଶୋଧିତ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ନିୟମିତ ଭାବେ NTAର ଅଧିକୃତ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।ସୂଚନା ଅନୁସାରେ, ସରକାର ଇଦ୍-ଉଲ୍-ଜୁହା ପାଇଁ ଛୁଟି ତାରିଖରେ ପରିବର୍ତ୍ତନ କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ତେଣୁ ଆସନ୍ତା ୨୮ ତାରିଖରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି ।ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଅଧିକୃତ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ ଆତଙ୍କିତ ନ ହୋଇ ପରବର୍ତ୍ତୀ ସୂଚନା ପାଇଁ ଅପେକ୍ଷା କରିବାକୁ କୁହାଯାଇଛି ।

