Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବଢ଼ୁଥିବା ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସୁରକ୍ଷା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ଶ୍ରମିକଙ୍କୁ ଖରାରେ କାମରେ ନିୟୋଜିତ ନ କରିବାକୁ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛି ।ପୂର୍ତ୍ତ ବିଭାଗର ଇଆଇସି ଏନେଇ ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ।

ସରକାରଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ କେତେକ ସ୍ଥାନରେ ନିଷିଦ୍ଧ ସମୟରେ ଶ୍ରମିକମାନଙ୍କୁ କାମ କରାଯାଉଥିବା ଖବର ସରକାରଙ୍କ ନଜରକୁ ଆସିଥିଲା । ଏହାପରେ ବିଭାଗ ପକ୍ଷରୁ ଠିକା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି ।ଖରାର ପ୍ରକୋପ ମଧ୍ୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କାର୍ଯ୍ୟସ୍ଥଳରେ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି ।

ଏହାସହ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସଜାଗ ରହି ଶ୍ରମିକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରବଳ ତାତି ଓ ଗ୍ରୀଷ୍ମଲହରୀ ଯୋଗୁଁ ଶ୍ରମିକମାନଙ୍କ ମଧ୍ୟରେ ହିଟ୍‌ଷ୍ଟ୍ରୋକ୍‌ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ବଢ଼ୁଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *