ନ୍ୟୁଜ ଡେକ୍ସ : Indian Oil Corporation, Hindustan Petroleum Corporation Limited ଓ Bharat Petroleum Corporation Limited ପକ୍ଷରୁ ବାଣିଜ୍ୟିକ LPG ସିଲିଣ୍ଡର ମୂଲ୍ୟରେ ପୁଣିଥରେ ବୃଦ୍ଧି କରାଯାଇଛି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବଢ଼ିବାର ପ୍ରଭାବରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦରରେ ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି।
ନୂଆଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଦର ବର୍ତ୍ତମାନ ୧୮୮୪ ଟଙ୍କା ୫୦ ପଇସାକୁ ପହଞ୍ଚିଛି। ସେହିପରି ଭୁବନେଶ୍ୱରରେ ଏହାର ଦର ୨୦୨୯ ଟଙ୍କା ହୋଇଛି। ମାର୍ଚ୍ଚ ୭ ତାରିଖରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡର ଦର ବୃଦ୍ଧି କରାଯାଇଥିଲା।ବାଣିଜ୍ୟିକ ଗ୍ୟାସ ଦର ବୃଦ୍ଧି ପାଇଁ ରେଷ୍ଟୁରାଣ୍ଟ ଓ କ୍ୟାଟରିଂ ବ୍ୟବସାୟର ଖର୍ଚ୍ଚ ବଢ଼ିବା ସହ ଆଗାମୀ ଦିନରେ ବାହାରରେ ଖାଦ୍ୟ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ୧୪.୨ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ନେଇ ସାଧାରଣ ଲୋକଙ୍କୁ କିଛି ରାହତ ମିଳିଥିବା ଦେଖାଯାଉଛି।

