Thu. Apr 16th, 2026

ନ୍ୟୁଜ ଡେକ୍ସ : ସିଲିଗୁଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ଧୂଆଁ ଆଲାର୍ମ ବାଜିବା ପରେ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ସୋମବାର ସନ୍ଧ୍ୟାରେ ଉଡାଣ ଭରୁଥିବା ବେଳେ ବିମାନଟିକୁ ଲକ୍ଷ୍ନୌକୁ ଡାଇଭର୍ଜନ କରାଯାଇଥିଲା।

ସୂଚନା ଅନୁସାରେ, ବିମାନର ଏକ ଯାନ୍ତ୍ରିକ ଅଂଶରେ ଧୂଆଁ ଚିହ୍ନଟ ହେବା ପରେ ପାଇଲଟ୍ ତତ୍କ୍ଷଣାତ୍ “ମେ-ଡେ” କଲ୍ ଜାରି କରିଥିଲେ। ଏହା ପରେ ଲକ୍ଷ୍ନୌ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌କୁ ସତର୍କ କରାଯାଇଥିଲା ଏବଂ ବିମାନଟି ସନ୍ଧ୍ୟା ପ୍ରାୟ ୫ଟା ୧୮ ମିନିଟ୍‌ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।ବିମାନରେ ଛଅ ଜଣ କ୍ରୁ ସଦସ୍ୟ ସହିତ ମୋଟ ୧୪୮ ଜଣ ଯାତ୍ରୀ ଥିଲେ।

ଅବତରଣ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଘଟଣା ପରେ ବିମାନଟିକୁ “ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ” ଘୋଷଣା କରାଯାଇଛି।ଯାତ୍ରୀମାନଙ୍କ ସୁବିଧା ପାଇଁ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଯାତ୍ରୀଙ୍କୁ ପୂର୍ଣ୍ଣ ଟଙ୍କା ଫେରସ୍ତ ଦିଆଯାଇଛି। ଅନ୍ୟମାନଙ୍କ ପାଇଁ ହୋଟେଲ ବ୍ୟବସ୍ଥା ସହ ପରବର୍ତ୍ତୀ ଉଡାଣରେ ପୁନଃବୁକିଂ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *