Sun. Apr 19th, 2026

ନ୍ୟୁଜ ଡେକ୍ସ : କଟକ ଏସ୍‌ସିବି ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କର ନିର୍ଦ୍ଦେଶରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବିତ ଅଧିକାରୀମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା, ଏସ୍‌ସିବି ମେଡିକାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜିଇଡି ଅନ୍ତର୍ଗତ ଏସ୍‌ସିବି ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ବିଶ୍ୱାଳ।ଘଟଣାର ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ଛଅ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।

ଏହି କମିଟିର ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କୁ ନିଯୁକ୍ତ କରାଯାଇଛି।କମିଟି ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରି ଦାୟୀଙ୍କ ବିରୋଧରେ ପଦକ୍ଷେପ ସୁପାରିଶ କରିବ। ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଆଗାମୀ ଦିନରେ ଏପରି ଅପ୍ରିୟ ଘଟଣା ରୋକିବା ପାଇଁ କଡ଼ା ବ୍ୟବସ୍ଥା ନେବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *