Mon. Apr 20th, 2026

ନ୍ୟୁଜ ଡେକ୍ସ : କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତକୁ ସହଜ କରିବା ପାଇଁ ଶୀଘ୍ର ନମୋ ଟ୍ରେନ ଚଳାଚଳ ଆରମ୍ଭ ହେବ। କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଛନ୍ତି।ଏହି ଟ୍ରେନ ସେବା ଆରମ୍ଭ ହେଲେ ଦୁଇ ସହର ମଧ୍ୟରେ ପ୍ରତିଦିନ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ବଡ଼ ସୁବିଧା ମିଳିବ।

ଟ୍ୱିନସିଟିରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ ଚଳାଇବାକୁ ଯୋଜନା କରୁଛନ୍ତି।ରେଳମନ୍ତ୍ରୀ କହିଛନ୍ତି ଯେ ଯଦି ଏହି ରୁଟରେ ମେଟ୍ରୋ ପ୍ରକଳ୍ପ କରାଯାଏ ତେବେ ଏହାର ଖର୍ଚ୍ଚ ବହୁତ ଅଧିକ ହେବ। ମେଟ୍ରୋ ଟ୍ରେନ ନିର୍ମାଣରେ ଗୋଟିଏ କିଲୋମିଟର ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ।

କିନ୍ତୁ ନମୋ ଟ୍ରେନ ପ୍ରକଳ୍ପରେ ପ୍ରାୟ ୩୦ କୋଟି ଟଙ୍କାରେ ଗୋଟିଏ କିଲୋମିଟର ପାଇଁ ଖର୍ଚ୍ଚ ହେବ। ଅର୍ଥାତ୍ ମେଟ୍ରୋ ଖର୍ଚ୍ଚର ତୁଳନାରେ ପ୍ରାୟ ଦଶ ଭାଗରୁ ଗୋଟିଏ ଭାଗ ଖର୍ଚ୍ଚରେ ଏହି ପ୍ରକଳ୍ପ ସମ୍ପନ୍ନ ହୋଇପାରିବ। ଏହା ଦ୍ୱାରା ଟ୍ୱିନସିଟିରେ ଯାତାୟାତ ବ୍ୟବସ୍ଥା ଆହୁରି ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *