Fri. Apr 17th, 2026

ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲାରେ ଶନିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜୟପୁର, ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଏହି ଝଟକା ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା।ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ରାତି ୧୧ଟା ୩୧ ମିନିଟ ସମୟରେ ଏହା ଘଟିଥିଲା ଏବଂ ପ୍ରାୟ ୧୨ ସେକେଣ୍ଡ ଧରି ଝଟକା ଅନୁଭୂତ ହୋଇଥିଲା।

ଭୂକମ୍ପ ହେବା ସହିତ ଲୋକମାନେ ଭୟରେ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଘରର ଆସବାବପତ୍ର ମଧ୍ୟ ଦୋହଲିଯାଇଥିବା ଦେଖାଯାଇଥିଲା। ଯଦିଓ ଏହି ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।ଏହାପୂର୍ବରୁ ଗତ ୩ ଦିନ ତଳେ ଗୁଜରାଟର ନବସାରୀ ଜିଲ୍ଲାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

ସେଠାରେ ଭୂକମ୍ପର ତୀବ୍ରତା ୩.୪ ରେକର୍ଡ ହୋଇଥିଲା ଏବଂ ସକାଳ ୫ଟା ୨୭ ମିନିଟରେ ଏହା ଘଟିଥିଲା। ଏହାର କେନ୍ଦ୍ର ବାସନ୍ଦାରୁ ୨୨ କିମି ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଥିଲା।ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଦୁଇଝିଅ ଘଟଣାରେ କୌଣସି ଜନହାନି କିମ୍ବା ବଡ଼ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *