Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶିଶୁ ବାଟିକାରେ ସମସ୍ତ ଅଙ୍ଗନବାଡିକୁ ଏକତ୍ର କରାଯିବ ଏବଂ ୬ କୋଟି ଟଙ୍କା ବ୍ୟୟରେ ନୂତନ ସ୍କୁଲ ନିର୍ମାଣ କରାଯିବ। ଏହି ଘୋଷଣା ଖଡ଼ିଛୁଆଁ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି।ଭୁବନେଶ୍ବର ରାଜଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ହାତ ଧରି ପାଠ ପଢ଼ାଇଥିଲେ।

ସେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଲେଖାଇ ଖଡ଼ି ଛୁଆଇଁଥିଲେ। ପ୍ରତ୍ୟେକ ଗାଁରେ ମଡେଲ ସ୍କୁଲ ସ୍ଥାପନ କରାଯିବା ସହ ୫ ଏକର ଜମିରେ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।ବିଦ୍ୟାଳୟରେ ଶତପ୍ରତିଶତ ନାମଲେଖା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ପାଇଁ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିବା ସୂଚନା ମିଳିଛି।

ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପାଠ୍ୟ ପୁସ୍ତକ ବଣ୍ଟନ ସମ୍ପର୍କରେ ବଡ଼ ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି ପରେ ନୂତନ ପୁସ୍ତକ ପ୍ରସ୍ତୁତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାମାନଙ୍କରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ ହୋଇସାରିଛି। ଖୁବଶୀଘ୍ର ଖରାଛୁଟି ଭିତରେ ବାକି ୫୦ ପ୍ରତିଶତ ପୁସ୍ତକ ମଧ୍ୟ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *