Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ସହ ଝଡବର୍ଷାର ଦୁଇମୁଖୀ ପ୍ରଭାବ ଅନୁଭବ ହେଉଛି। ଦିନେ ତତାଉଥିବା ବେଳେ ସନ୍ଧ୍ୟା ସମୟରେ ବର୍ଷା ହୋଇ ପରିବେଶକୁ ଭିଜାଉଛି। ଆଭ୍ୟନ୍ତରୀଣ ଓଡିଶାରେ ତିବ୍ର ଗରମ ଅନୁଭବ ହେଉଥିବା ବେଳେ ଉପକୂଳ ଅଞ୍ଚଳରେ ହାଲୁକା ଥଣ୍ଡା ପରିବେଶ ରହିଛି।ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଝଡବର୍ଷାର ପ୍ରଭାବ ଜାରି ରହିବ।

ଆଜି ପାଇଁ ୫ଟି ଜିଲ୍ଲାକୁ ଝଡବର୍ଷା ନେଇ ସତର୍କତା ଜାରି କରାଯାଇଛି। ବିଜୁଳି ଘଡଘଡି ସହ ବର୍ଷା ଓ ଜୋର ପବନ ହେବାର ସମ୍ଭାବନା ଥିବାରୁ ସାବଧାନ ରହିବାକୁ ସୂଚନା ଦିଆଯାଇଛି।ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଶେଷ କରି ନୂଆପଡା ଓ ନବରଙ୍ଗପୁର ଜିଲ୍ଲାକୁ ଝଡ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏହା ସହିତ ଗରମ ଓ ଗୁଳୁଗୁଳି ଅବସ୍ଥା ନେଇ ମଧ୍ୟ ପାଣିପାଗ ବିଭାଗ ୩ ଦିନ ପାଇଁ ସତର୍କ ସୂଚନା ଜାରି କରିଛି। ଆଜି ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ଥିବା ବେଳେ, ଲୋକମାନଙ୍କୁ ଏହି ଅବଧିରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *