Fri. Apr 17th, 2026

ନ୍ୟୁଜ ଡେକ୍ସ: ବଲିଉଡର ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ସୂଚନା ମୁତାବକ, ସୂଚନା ଅନୁସାରେ ସକାଳ ୪.୪୫ ରେ ଏହି ଘଟଣା ଘଟିଛି। ଅଭିନେତା ସକାଳେ କୌଣସି ସ୍ଥାନକୁ ଯିବା ପାଇଁ ଘରୁ ବାହାରୁ ଥିଲେ ଏବଂ ତାଙ୍କର ହାତରୁ ଗୁଳି ଫୁଟିଯାଇ ତାଙ୍କ ଗୋଡରେ ବାଜିଥିଲା।

ପରେ ସେ ଆହତ ହୋଇଥିଲେ। ଏହା ପରେ ତୁରନ୍ତ ତାଙ୍କୁ କ୍ରିତି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି। ତେବେ ସେ ହୋସ୍‌ରେ ନାହାନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିନେତା ଏନେଇ କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୂରା ଘଟଣାର ତଦନ୍ତ ଜାରି ରହିଛି। ସେପଟେ ଗୋବିନ୍ଦାଙ୍କୁ ଗୁଳି ବାଜିଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିିତ ହୋଇପଡିଛନ୍ତି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହେବା ନେଇ ସେମାନେ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *