Fri. Apr 17th, 2026

ନ୍ୟୁଜ ଡେକ୍ସ : ଦିନକୁ ଦିନ ଜାତୀୟ ରାଜପଥରେ ଗାଈ ଓ ଗୋରୁଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ଦୁର୍ଘଟଣା ହାର ଭୟଙ୍କର ଭାବେ ବଢ଼ିଛି। ଏହାକୁ ନଜରରେ ରଖି ଭାରତୀୟ ରାଜମାର୍ଗ ପ୍ରାଧିକରଣ (NHAI) ପକ୍ଷରୁ ଏବେ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳକୁ ଚିହ୍ନଟ କରିବା ନିଷ୍ପତ୍ତି ନିଆଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ।

ଏହାପରେ ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ । ଅଗ୍ରାଧିକାର ଭିତ୍ତିରେ ୩୧୬ ନଂ ଜାତୀୟ ରାଜପଥକୁ ଗାଈଗୋରୁ ମୁକ୍ତ କରାଯିବ । ଗାଈ ଗୋରୁଙ୍କୁ ସ୍ଥାନାନ୍ତର ପାଇଁ ପୌରସଂସ୍ଥାଙ୍କୁ ଅନ୍ୟୂନ ୫ଟି ଗାଡ଼ିର ଖର୍ଚ୍ଚ ଏନ୍‌ଏଚ୍‌ଏଆଇ ପ୍ରଦାନ କରିବ। ଗୋଶାଳା ପରିଚାଳନା ପାଇଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ।

ଏହାପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ଥାନୀୟ ପୌରସଂସ୍ଥା ପକ୍ଷରୁ ସେହି ଅଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ୯୫ଟି ପଞ୍ଜିକୃତ ଗୋଶାଳାକୁ ଚିହ୍ନଟ କରାଯାଇ ଥିବାବେଳେ ବିଭାଗ ଅଧୀନରେ ଆଉ ୩୭ଟି ନିର୍ମାଣ କରାଯାଉଛି । ଯେଉଁ ସ୍ଥାନରେ ଗୋଶାଳା ନଥିବ ସେଠାରେ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯିବ ।

Leave a Reply

Your email address will not be published. Required fields are marked *