Wed. Apr 29th, 2026

ନ୍ୟୁଜ ଡେକ୍ସ : ଟିଟିଲାଗଡ଼ ଅଞ୍ଚଳରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ ୩ ଜଣ ନୀରିହ ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କରି ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସମସ୍ତ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ଲେସୁନବାହାଲି ଗାଁର ଏକ ପରିବାର ମଙ୍ଗଳବାର ଦିନ ବିବାହ ଭୋଜି ଖାଇ ପିକଅପ ଗାଡ଼ିରେ ଫେରୁଥିବା ବେଳେ ମାରଲାଡ଼ ଗ୍ରାମ ନିକଟରେ ଏକ ବାଇକ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଏହି ଭୟାବହ ଦୁର୍ଘଟଣାରେ ପିକଅପ ଗାଡ଼ିରେ ଥିବା ୬ ଜଣ ମଧ୍ୟରୁ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା, ଯେତେବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ହସ୍ପିଟାଲକୁ ଭର୍ତ୍ତି କରାଇଥିଲେ। ପରେ ସ୍ଥିତି ଗୁରୁତର ହେବାରୁ କିଛି ଶିଶୁଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ପକାଇଛି।

Leave a Reply

Your email address will not be published. Required fields are marked *