ନ୍ୟୁଜ ଡେକ୍ସ : ବଲିଉଡ୍ ଚଳଚ୍ଚିତ୍ର ଜଗତରେ କିଛି ସିକ୍ୱେଲ୍କୁ ନେଇ ଦର୍ଶକମାନଙ୍କ ଅପେକ୍ଷା ସଦା ରହିଥାଏ। ସେହି ତାଲିକାରେ ୧୯୯୯ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ତାଲ୍’ ମଧ୍ୟ ଅନ୍ତର୍ଭୁକ୍ତ। ସୁଭାଷ ଘାଇଙ୍କ ନିର୍ଦ୍ଦେଶନାରେ ତିଆରି ଏହି ରୋମାଣ୍ଟିକ୍ ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ଓ ଅକ୍ଷୟ ଖନ୍ନାଙ୍କ ଯୋଡ଼ି ଦର୍ଶକଙ୍କ ମନ ଜିତିଥିଲା।ଦୀର୍ଘଦିନ ଧରି ‘ତାଲ୍ ୨’ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ନିର୍ଦ୍ଦେଶକ ସୁଭାଷ ଘାଇ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ସେ ଏହାର କାମ ଆରମ୍ଭ କରିଛନ୍ତି।ଏକ ସାକ୍ଷାତକାରରେ ସୁଭାଷ ଘାଇ କହିଥିଲେ, ସେ ଦୀର୍ଘ ୧୫ ବର୍ଷ ଧରି ‘ତାଲ୍ ୨’ ସମ୍ପର୍କରେ ପ୍ରଶ୍ନର ସମ୍ମୁଖୀନ ହେଉଥିଲେ ଏବଂ ଦର୍ଶକଙ୍କ ଆଗ୍ରହକୁ ଦେଖି ସେ ଏହାକୁ ଆଗକୁ ବଢ଼ାଇବାକୁ ଠିକ୍ କରିଛନ୍ତି।ତେବେ ଏହି ସିକ୍ୱେଲ୍ରେ ପୁରୁଣା ଯୋଡ଼ି ଐଶ୍ୱର୍ଯ୍ୟା ରାୟ ଓ ଅକ୍ଷୟ ଖନ୍ନା ଦେଖିବାକୁ ମିଳିବେ ନାହିଁ।
ନିର୍ଦ୍ଦେଶକ ଏହି ଫିଲ୍ମ ପାଇଁ ନୂଆ ମୁହଁମାନଙ୍କୁ ଆଣିବାକୁ ଚାହୁଁଛନ୍ତି।ଏହି ପରିପ୍ରେକ୍ଷିତରେ ଅନୀତ ପଡ୍ଡା ଓ ଆହାନ ପାଣ୍ଡେଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଅଧିକୃତ ଘୋଷଣା ପାଇଁ ଦର୍ଶକମାନେ ଅପେକ୍ଷା କରୁଛନ୍ତି।‘ତାଲ୍ ୨’ ନେଇ ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି।

