Mon. Jun 29th, 2026

ନ୍ୟୁଜ ଡେକ୍ସ : ଚଳିତ ଶିକ୍ଷାବର୍ଷରେ ତ୍ରୁଟିପୂର୍ଣ୍ଣ ପାଠ୍ୟବହି ବଣ୍ଟନକୁ ନେଇ ଉଠିଥିବା ବିବାଦ ପରେ ରାଜ୍ୟ ସରକାର ପକ୍ଷରୁ ଏହାର ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇଛି। ଏହି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟର ସମସ୍ତ ସ୍କୁଲକୁ ସଂଶୋଧିତ କପି ପଠାଯିବ ଏବଂ ସେହି ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ।

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମସ୍ତ ପାଠ୍ୟବହିକୁ ପ୍ରତ୍ୟାହାର କରି ନୂଆ ବହି ଛାପି ବଣ୍ଟନ କରିବା ସମ୍ଭବ ନୁହେଁ। ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ସଂଶୋଧିତ କପି ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀମାନେ ସେହି ସଂଶୋଧିତ ସଂସ୍କରଣକୁ ଆଧାର କରି ପାଠପଢ଼ା ଜାରି ରଖିବେ।ସେ କହିଛନ୍ତି, କମିଟି ଚିହ୍ନଟ କରିଥିବା ୧୪ଟି ତ୍ରୁଟିକୁ ଆଧାର କରି ସଂଶୋଧନ କରାଯିବ। ତଦନ୍ତ ରିପୋର୍ଟ ଅନୁଯାୟୀ ପରବର୍ତ୍ତୀ ସମୟରେ ଦାୟୀ ଅଧିକାରୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ଉଲ୍ଲେଖଯୋଗ୍ୟ, ତ୍ରୁଟିପୂର୍ଣ୍ଣ ପାଠ୍ୟବହି ବଣ୍ଟନ ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିବାବେଳେ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave a Reply

Your email address will not be published. Required fields are marked *