Sun. Apr 19th, 2026

ନ୍ୟୁଜ ଡେକ୍ସ : ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଜୁଲାଇ ବିଦ୍ରୋହ ସମ୍ବନ୍ଧୀୟ ନରସଂହାର ମାମଲାରେ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି। ବିକ୍ଷୋଭକାରୀ ଓ ନିରସ୍ତ୍ର ସାଧାରଣଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗରେ କୋର୍ଟ ତାଙ୍କୁ ଦୋଷୀ ଘୋଷଣା କରି ଦଣ୍ଡ ଦେଇଛି।ରାୟ ପ୍ରଦାନ ପୂର୍ବରୁ ଢାକା ସହୋ ସମଗ୍ର ବାଂଲାଦେଶରେ ଜାରି ହୋଇଥିଲା ହାଇ ଆଲର୍ଟ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦୃଷ୍ଟିରେ ଦେଶଜୁଡ଼ା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ହିଂସା ସୃଷ୍ଟି ହେଲେ “ତୁରନ୍ତ ଗୁଳି କରନ୍ତୁ” ବୋଲି ପୋଲିସକୁ ସରକାର ପକ୍ଷରୁ କଠୋର ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ଆଜି ସମଗ୍ର ଦେଶରେ ବନ୍ଦ ପାଳନ କରିଛି। ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।ପ୍ରଥମ ଆଲୋ ଗଣମାଧ୍ୟମ ଅନୁଯାୟୀ, କୋର୍ଟ ରାୟ ପ୍ରଦାନ ସମୟରେ ଏକ ଅଡିଓ କ୍ଲିପ୍ ମଧ୍ୟ ଜାରି କରିଥିଲା, ଯେଉଁଥିରେ ହାସିନା ପୋଲିସ ମୁଖ୍ୟଙ୍କୁ ବିକ୍ଷୋଭକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଉଥିବା ଶବ୍ଦ ଶୁଣାଯାଉଛି।

ଏହି ଅଡିଓ ବାଂଲାଦେଶରେ ଭାଇରାଲ ହୋଇଥିଲା। କୋର୍ଟ ରାୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରାଯାଇଛି।ଏହି ରାୟ ସହିତ ଶେଖ୍ ହାସିନାଙ୍କ ରାଜନୈତିକ ଭବିଷ୍ୟତ ଆହୁରି ବିପଦ ସଙ୍କୁଳ ହୋଇପଡ଼ିଛି। ବିଦ୍ରୋହ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବିଶେଷଜ୍ଞମାନେ ବାଂଲାଦେଶର ରାଜନୀତିରେ ଏକ ଐତିହାସିକ ମୋଡ଼ ଭାବେ ବି ବର୍ଣ୍ଣନା କରୁଛନ୍ତି।

Leave a Reply

Your email address will not be published. Required fields are marked *