Mon. Apr 20th, 2026

ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା କିଛି ଦିନ ମଧ୍ୟରେ ଗୁରୁତର ପାଣିପାଗ ପରିବର୍ତ୍ତନ ଆଣିପାରେ ବୋଲି ପାଣିପାଗ ବିଭାଗ ଜାଣାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ମଲାକ୍କା ଷ୍ଟ୍ରେଟ୍‌ ନିକଟରେ ଗଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ଗଠିତ ହେବ ଏବଂ ପରବର୍ତ୍ତୀ ଦିନଗୁଡିକରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଲଘୁଚାପ ପଶ୍ଚିମ–ଉତ୍ତର ପଶ୍ଚିମ ମୁହାଁ ହୋଇ ଗତି କରିବ ଏବଂ ୨୪ ତାରିଖ ଭିତରେ ଡିପ୍ରେସନର ରୂପ ନେଇପାରେ। ପରବର୍ତ୍ତୀ ୪୮ ଘଣ୍ଟାରେ ଅର୍ଥାତ୍ ୨୬ ନଭେମ୍ବର ସମୟରୁ ଆଗକୁ ଏହା ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ମତେ, ୨୬ କିମ୍ବା ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ।ବର୍ତ୍ତମାନର ପାଣିପାଗ ମଡେଲଗୁଡିକ ଅନୁସାରେ, ଏହି ସମ୍ଭାବ୍ୟ ବାତ୍ୟା ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ସମୁଦ୍ରତଟ ଠାରେ ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ ମିଳିଛି। ତଥାପି, ଶେଷ ଗତିପଥ ବିଷୟରେ ଏଖଣି କିଛି ନିଶ୍ଚିତ କହିବା ପାଇଁ ସମୟ ରହିଛି। ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁ ହୋଇ ଅଧିକ ଘନୀଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିନ୍ତୁ ବାତ୍ୟା ହେଲେ କୁଆଡ଼େ ରହିବ ଏହାର ଗତିପଥ। ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଇଛି।ପାଣିପାଗର ଏଭଳି ଆକଳ ନେଇ ଚାଷୀଙ୍କ ମନରେ ଛନକା ପଶିଛି। ଚଳିତ ବର୍ଷ ବାତ୍ୟା ଓ ବର୍ଷା ଆଶଙ୍କାରେ ଦିନ କାଟୁଛନ୍ତି ଚାଷୀ। ଏବେ ଅମଳ ସମୟ ଆରମ୍ଭ ହୋଇଥିଲେ ମଧ୍ୟ ବିଲରେ ପାଣି ରହିଛି। ପୁଣି ଧାନ ଅମଳ ପାଇଁ ଶ୍ରମିକ ଅଭାବ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ବି ବିଲରେ ଥିବା ପାଚିଲା ଧାନ ନଷ୍ଟ ହେବ ବୋଲି ଚାଷୀମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *