Fri. Apr 17th, 2026

ନ୍ୟୁଜ ଡେକ୍ସ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମା ଦୀର୍ଘ ସମୟ ଧରି ବଡ଼ ପରଦାରୁ ଦୂରେଇ ରହିଥିବାବେଳେ ଏବେ ସେ ପୁଣିଥରେ ଫିଲ୍ମ ଜଗତକୁ ଫେରିବା ନେଇ ଚର୍ଚ୍ଚା ବଢ଼ିଛି। ତାଙ୍କର ଆଗାମୀ ଫିଲ୍ମ ‘ଚକଡା ଏକ୍ସପ୍ରେସ’ ମୁକ୍ତିକୁ ନେଇ ଅନିଶ୍ଚିତତା ରହିଥିବା ସମୟରେ ନୂଆ ପ୍ରୋଜେକ୍ଟ୍‌କୁ ନେଇ ଖବର ସାମ୍ନାକୁ ଆସିଛି।ରିପୋର୍ଟ ଅନୁଯାୟୀ, ଅନୁଷ୍କା ଶର୍ମା ଶୀଘ୍ର ତେଲୁଗୁ ସିନେମାରେ ଡେବ୍ୟୁ କରିପାରନ୍ତି।

ଦକ୍ଷିଣ ଭାରତର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ସେ ଏକ ନୂଆ ଫିଲ୍ମରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଚାଲିଛି। ଏହି ଫିଲ୍ମଟି AA22xA6 ନାମରେ ପରିଚିତ ହୋଇଥିବାବେଳେ, ଏହାକୁ ନିର୍ଦ୍ଦେଶନା କରିବେ ଆଟଲି, ଯିଏ ପୂର୍ବରୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି।ଯଦିଓ ଏହି ଖବର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ଥିର ହୋଇନାହିଁ, ତଥାପି ସୋସିଆଲ ମିଡିଆରେ ଏନେଇ ବହୁ ଚର୍ଚ୍ଚା ଚାଲିଛି। ଫିଲ୍ମର ନାମ ଏପ୍ରିଲ ୮ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଘୋଷଣା ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଏହି ଘୋଷଣା ଏକ ବିଶେଷ ଭିଡିଓ ମାଧ୍ୟମରେ କରାଯିବ, ଯେଉଁଥିରେ ଅତ୍ୟାଧୁନିକ ଭିଏଫଏକ୍ସ ବ୍ୟବହାର କରାଯିବ ଏବଂ ଚଳଚ୍ଚିତ୍ରର କାହାଣୀର ପ୍ରଥମ ଝଲକ ଦର୍ଶକଙ୍କୁ ଦେଖାଯିବ।

ଏହି ଫିଲ୍ମଟି ଏକ ସମାନ୍ତରାଳ ବ୍ରହ୍ମାଣ୍ଡକୁ ଆଧାର କରି ତିଆରି ହେବାର ଖବର ମିଳିଛି।ଅନ୍ୟପଟେ, ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ ‘ଚକଡା ଏକ୍ସପ୍ରେସ’ ଫିଲ୍ମରେ ଅନୁଷ୍କାଙ୍କ ଅଭିନୟ ନେଇ ଆଗରୁ ଘୋଷଣା ହୋଇଥିଲା। କିଛି ଦୃଶ୍ୟ ମଧ୍ୟ ପ୍ରକାଶ ପାଇଥିଲା, କିନ୍ତୁ ପରେ ଏହି ଫିଲ୍ମ ବିଭିନ୍ନ ସମସ୍ୟାରେ ପଡ଼ିଥିବାରୁ ଏହାର ମୁକ୍ତି ଅନିଶ୍ଚିତ ରହିଛି।ଏବେ ଦର୍ଶକମାନେ ଅନୁଷ୍କାଙ୍କ ନୂଆ ଫିଲ୍ମ ଓ ତାଙ୍କର ପୁନରାଗମନକୁ ନେଇ ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *