Mon. Apr 20th, 2026

ନ୍ୟୁଜ ଡେକ୍ସ : ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଓ ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ ମହଳରେ ଗଭୀର ଶୋକର ଛାୟା ଛାଇଯାଇଛି।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକବ୍ୟକ୍ତ କରି ଏକ ବିବୃତ୍ତି ଜାରି କରିଛନ୍ତି।

ସେ କହିଛନ୍ତି ଯେ, “ସ୍ୱର୍ଗତଃ ଶଙ୍କର୍ଷଣ ପରିଡା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ତାଙ୍କ ସହଜ, ମାନବିକ ଓ ନିଷ୍ଠାପୂର୍ଣ୍ଣ ବ୍ୟବହାର ତାଙ୍କୁ ଜନମନରେ ଏକ ବିଶେଷ ସ୍ଥାନ ଦେଇଥିଲା।”ସ୍ୱର୍ଗତଃ ପରିଡା ରାଜ୍ୟ ପଂଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଭାବେ ମଧ୍ୟ ଜଣାଶୁଣା ଥିଲେ। ଗ୍ରାମିଣ ଉନ୍ନତି, ପଂଚାୟତି ରାଜ୍ ଓ ସାମାଜିକ ସେବା କ୍ଷେତ୍ରରେ ତାଙ୍କ ଅବଦାନ ଅମର ରହିବ।

ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ, ସ୍ୱର୍ଗତଃ ପରିଡାଙ୍କ ଆତ୍ମାର ସଦ୍‌ଗତି ହେଉ ଏବଂ ତାଙ୍କ ପରିବାର ଓ ନିକଟାତ୍ମୀୟମାନେ ଏହି ଦୁଃଖ ସମୟରେ ଅସୀମ ଧୈର୍ଯ୍ୟ ଲାଭ କରନ୍ତୁ।ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହା ସହଜରେ ପୂରଣ ହେବା ସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *