Thu. Apr 16th, 2026

ନ୍ୟୁଜ ଡେସ୍କ: ବାଲେଶ୍ୱର ଟାଉନ ଥାନା ପୋଲିସ ଆଜି ପେଟ୍ରୋଲିଂ କରୁଥିଲା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୁଇଟି ପିକ୍ଅପ ଭ୍ୟାନରୁ ୪୩୨୦ ଲିଟର ଚୋରା କିରୋସିନ ତେଲ ଜବତ କରିଛି।ପିକ୍ଅପ ଦୁଇଟିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ।

ବହୁ ପରିମାଣରେ ଚୋରା କିରୋସିନ ତେଲ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଟାଉନ ଥାନା ପୋଲିସ ଚଢାଉ କରିଥିଲା।ଚଢାଉରେ ଦୁଇଟି ପିକ୍ଅପ ଭ୍ୟାନରେ ୨୪ଟି ୧୮୦ଲିଟର ଡ୍ରମରେ ମୋଟ ୪୩୨୦ ଲିଟର କିରୋସିନ ତେଲ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା ପୋଲିସ।ଦୁଇଟି ଗାଡି ସହ ଚାଲାଣ ହେଉଥିବା କିରୋସିନ ତେଲକୁ ଜବତ କରିଥିଲା ବାଲେଶ୍ୱର ପୋଲିସ।

ତାହା ସହିତ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍।ସେମାନେ ହେଲେ ସନ୍ତୋଷ ସେନାପତି ଓ ସୁଶାନ୍ତ ଦାସ।ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଚୋରା ଚାଲାଣ ଆଇନ ଅନୁସାରେ ୩୩୨/୨୨.୦୯.୨୪ ନଂ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *