Sat. Jun 6th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ନିଯୁକ୍ତି ପ୍ରକ୍ରିୟାକୁ ସରକାର ତ୍ୱରାନ୍ୱିତ କରିଛନ୍ତି। ଏନେଇ ସରକାରୀ ସ୍ତରରେ ଔପଚାରିକ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ନିଯୁକ୍ତି ସମ୍ବନ୍ଧୀୟ ଚିଠି ଜାରି କରାଯାଇଛି।ବିଭାଗର ଲକ୍ଷ୍ୟ ଅନୁସାରେ ଆସନ୍ତା ଜୁନ ୩୦ ସୁଦ୍ଧା ମୋଟ ୧ ହଜାର ୧୮୩ ଜଣଙ୍କୁ ବିଭିନ୍ନ ବୋର୍ଡ ଓ ନିଗମରେ ନିଯୁକ୍ତି ଦିଆଯିବ।

ଏହି ପ୍ରକ୍ରିୟା ମାଧ୍ୟମରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବହୁ ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି।ନିର୍ଦ୍ଦେଶ ଅନୁଯାୟୀ, ୧୭ଟି ବିଭାଗ ଅଧୀନରେ ଥିବା ୩୨ଟି ବୋର୍ଡ ଓ ନିଗମ ସମ୍ପର୍କିତ ତଥ୍ୟ ସଂକଳନ କରାଯାଇଛି। ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ୩୨ଟି ବୋର୍ଡ ଓ ନିଗମରେ ଏପର୍ଯ୍ୟନ୍ତ ୬୭୭ ଜଣଙ୍କୁ ନିଯୁକ୍ତି ମିଳିସାରିଛି। ତେବେ ସୂଚନା ଅନୁଯାୟୀ, ୧୭ଟି ବୋର୍ଡ ଓ ନିଗମରେ ଏପର୍ଯ୍ୟନ୍ତ ଜଣେ ମଧ୍ୟ ନିଯୁକ୍ତ ହୋଇନାହାନ୍ତି।

ଏହି ସଂସ୍ଥାଗୁଡ଼ିକରେ ପଦବୀ ପୂରଣ ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ବର୍ଷ ଧରି ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦବୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ପଡ଼ିରହିଛି। ଏହି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ ବୋଲି ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ଖାଲି ପଦବୀଗୁଡ଼ିକ ଶୀଘ୍ର ପୂରଣ ହେବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *