Thu. Apr 16th, 2026

ନ୍ୟୁଜ ଡେକ୍ସ: ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କୁ ଫୋନ୍ କରି ଠକୁଛନ୍ତି । ଡିଜିଟାଲ ଆରେଷ୍ଟରେ ଥିବା କହି କୋଟି କୋଟି ଚୁନା ଲଗାଉଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ ଓ କଷ୍ଟମ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି ।

ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ପରି କୌଣସି ଶବ୍ଦ ନାହିଁ ବୋଲି କହି ସତର୍କ କରାଇଛି ରାଜ୍ୟ ପୋଲିସ । ଏପରି ଫୋନ୍ ଆସିଲେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କହିଛନ୍ତି । ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି।

ଓଡିଶା ପୋଲିସ ଏକ୍ସରେ ପୋଷ୍ଟ କରି କହିଛି ଯେ ଏଭଳି ଫୋନ କଲ ଆସିବା ମାତ୍ରେ, ସଙ୍ଗେ ସଙ୍ଗେ ଅଣଦେଖା କରନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *