Fri. Jun 5th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ଅବସ୍ଥାପିତ ନେଦରଲାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗର ନୂତନ ସମ୍ଭାବନା ଉପରେ ଆଲୋଚନା କରିଛନ୍ତି।

ଆସନ୍ତା ଶିକ୍ଷା ବର୍ଷରୁ ଭାରତ ଏବଂ ନେଦରଲାଣ୍ଡ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସହରୀ ବିକାଶ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସଂଗଠିତ ଭାବେ କାର୍ଯ୍ୟ କରିବେ।ଏହି ଭାଗିଦାରୀ ମାଧ୍ୟମରେ ନୂତନତା, ଗବେଷଣା ଓ ଜ୍ଞାନର ଆଦାନପ୍ରଦାନକୁ ଅଧିକ ଗତି ମିଳିବା ସହ ଶିକ୍ଷା କ୍ଷେତ୍ରରେ ଏକ ଉତ୍ତମ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ମିଳିତ ପ୍ରୟାସ ଦୁଇ ଦେଶର ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ସହ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଠନରେ ସହାୟକ ହେବ।ସେ ଆହୁରି କହିଛନ୍ତି ଯେ, ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *