Sun. Apr 19th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ଆଜି ରୁପା ଦରରେ ବଡ଼ ପରିମାଣର ହ୍ରାସ ଦେଖିବାକୁ ମିଳିଛି। କେଜି ପିଛା ରୁପା ମୂଲ୍ୟ ୧୫ ହଜାର ଟଙ୍କା କମି ୨,୪୫,୦୦୦ ଟଙ୍କାକୁ ପହଞ୍ଚିଛି। ଗତ କିଛି ଦିନ ଧରି ସୁନା ଓ ରୁପା ଦରରେ ଅସ୍ଥିରତା ଜାରି ରହିଥିବା ବେଳେ ଆଜିର ଏହି ପରିବର୍ତ୍ତନ ନିବେଶକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ଅନ୍ୟପଟେ ସୁନା ଦରରେ ଉର୍ଦ୍ଧ୍ବଗତି ଦେଖାଯାଇଛି।

୨୨ କ୍ୟାରେଟ ସୁନା ଦାମ ୧୫୦ ଟଙ୍କା ବଢ଼ି ୧,୩୨,୬୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୬୦ ଟଙ୍କା ବଢ଼ି ୧,୪୪,୭୧୦ ଟଙ୍କା ହୋଇଛି।ବିଶେଷଜ୍ଞମାନଙ୍କ ମତାନୁସାରେ, ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଯୁଦ୍ଧ ଅନିଶ୍ଚିତତା ଏହି ଦର ରଦବଦଳର ପ୍ରଧାନ କାରଣ। ଇରାନ, ଇସ୍ରାଏଲ୍‌ ଓ ଆମେରିକା ମଧ୍ୟରେ ତିବ୍ରତା ବଢ଼ିବାରୁ ବିଶ୍ୱ ବଜାରରେ ଆର୍ଥିକ ଚାପ ସୃଷ୍ଟି ହୋଇଛି।ଏହା ସହିତ ନିବେଶ ବଜାରରେ ମଧ୍ୟ ଅନିଶ୍ଚିତତାର ପରିବେଶ ଦେଖାଦେଇଛି।

ତେବେ ପାଞ୍ଚଦିନିଆ ଯୁଦ୍ଧ ବିରତି ଖବର ପରେ ସେୟାର ବଜାରରେ ସ୍ଥିରତା ଆସିବ ବୋଲି ନିବେଶକମାନେ ଆଶା ପ୍ରକାଶ କରୁଛନ୍ତି। ଯୁଦ୍ଧ ପରିସ୍ଥିତି ପରିଣାମରେ ଅଶୋଧିତ ତେଲ ଦର ବୃଦ୍ଧି, ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଢ଼ିବା ଓ ଟଙ୍କାର ମୂଲ୍ୟହ୍ରାସ ଭଳି ପ୍ରଭାବ ଦେଖାଯାଉଛି। ଏହା ଦେଶର ଅର୍ଥନୀତିକୁ ଚାପରେ ପକାଇଥିବା ବେଳେ ଆଗାମୀ ଦିନରେ ବଜାର କେମିତି ରହିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *