Thu. Apr 16th, 2026

ନ୍ୟୁଜ ଡେକ୍ସ: ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରହିବେ । ଉଭୟ ବରିଷ୍ଠ ନେତା ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗଦେବାର ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି । ଏନେଇ ପସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଜୁଲାଇରେ ରାହୁଲ ଓଡିଶା ଆସିପାରନ୍ତି ।

ମହିଳା ବିରୋଧୀ ହିଂସାକୁ ବିରୋଧ କରିବା ଉପରେ କେନ୍ଦ୍ରିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡଗେ ଅଂଶଗ୍ରହଣ କରିବେ ।ତେବେ ସେମାନେ କେବେ ଓଡିଶା ଆସୁଛନ୍ତି, ସେନେଇ ଗସ୍ତର ବିସ୍ତୃତ ଯାତ୍ରା କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

Leave a Reply

Your email address will not be published. Required fields are marked *