Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜିଠୁ ତାତି କଲବଲ କରିବା ଆରମ୍ଭ କରିଛି। ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଥିବା ବେଳେ ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରଠାରୁ ହିଁ ଟାଣ ଖରା ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ ହୋଇଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲିଠାରୁ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼ିପାରେ।

ପ୍ରଚଳିତ ପାଗ ଢାଞ୍ଚାର ପରିବର୍ତ୍ତନ ଯୋଗୁଁ ଦିନର ତାପମାତ୍ରାରେ ଏହି ବୃଦ୍ଧି ଦେଖାଯାଉଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁରେ ସାଧାରଣ ତାପମାତ୍ରାଠାରୁ ଅଧିକ ଗରମ ରହିବାର ସମ୍ଭାବନା ରହିଛି।ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରି ଗରମ ସହରମାନଙ୍କ ତାଲିକାରେ ସାମିଲ ହୋଇଛି। ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ସରକାର ଅଂଶୁଘାତ ମୁକାବିଲା ପାଇଁ ସଜାଗ ହୋଇଛନ୍ତି।

ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି ସହ ୧୦ଟି ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ କାର୍ଯ୍ୟକରିତା କରାଯାଇଛି। ରାସ୍ତାର ପ୍ରମୁଖ ଛକମାନଙ୍କରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ତିନି ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଫଳରେ ଆସନ୍ତା ଦିନଗୁଡ଼ିକରେ ଆହୁରି ତିବ୍ର ଗରମ ଅନୁଭୂତ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *