Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତାକାଲି ଅର୍ଥାତ୍ ଶନିବାର ପବିତ୍ର ଇଦ୍ ଉଲ୍ ଫିତର ପାଳନ କରାଯିବ। ଗୁରୁବାର ଦିନ କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନଯିବାରୁ ଏହି ପର୍ବ ଶୁକ୍ରବାର ପରିବର୍ତ୍ତେ ଶନିବାରକୁ ସ୍ଥଗିତ କରାଯାଇଛି।ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଏନେଇ ଅଧିକୃତ ଘୋଷଣା କରାଯାଇଛି।

ଆଜି ରମଜାନ ମାସର ଶେଷ ଦିନ ଥିବାରୁ ଇସଲାମ ଧର୍ମାବଲମ୍ବୀମାନେ ଶେଷ ଉପବାସ ରଖିବେ ଏବଂ ପ୍ରାର୍ଥନାରେ ମଗ୍ନ ରହିବେ।ଇଦ୍ ଉଲ୍ ଫିତର ଇସଲାମ ଧର୍ମର ସବୁଠାରୁ ବଡ଼ ପର୍ବ ମଧ୍ୟରୁ ଗୋଟିଏ। ପବିତ୍ର ରମଜାନ ମାସରେ ଏକ ମାସ ଧରି ଉପବାସ ରଖିବା ସହିତ ଧର୍ମାବଲମ୍ବୀମାନେ ନିୟମିତ ପ୍ରାର୍ଥନା କରନ୍ତି ଓ ଆତ୍ମଶୁଧ୍ଧିରେ ଲିନ ରହନ୍ତି।ଏହି ମାସରେ ଦାନ ଓ ସହଯୋଗକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ।

ଗରିବ ଓ ଆବଶ୍ୟକମାନଙ୍କୁ ଦାନ ଦେଇ ସମାଜରେ ସମତା ଓ ଭାଇଚାରା ବଢ଼ାଇବାକୁ ଉଦ୍ୟମ କରାଯାଏ। ଏକ ମାସ ଧରି କଠୋର ଉପବାସ ଓ ନିୟମ ପାଳନ ପରେ ଇଦ୍ ଉଲ୍ ଫିତରକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନରେ ମସଜିଦରେ ବିଶେଷ ନମାଜ ପଢ଼ାଯାଏ ଓ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇ ସମ୍ମିଳିତ ଭାବେ ପର୍ବଟିକୁ ଉପଭୋଗ କରନ୍ତି।

Leave a Reply

Your email address will not be published. Required fields are marked *