Thu. Apr 16th, 2026

ନ୍ୟୁଜ ଡେକ୍ସ : ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ଓଡ଼ିଶା । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପାଇଛି ସଫଳତା । ଏଭଳି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ । CMIE ରିପୋର୍ଟ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା ।

ଏହି ସମୟରେ ଅନ୍ୟ ସମସ୍ତ ରାଜ୍ୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ନିବେଶ ହୋଇଥିବା ବେଳେ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ ହୋଇଥିବା ବେଳେ ତିନି ମାସରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି । ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ।

ଆଗାମୀ ଦିନରେ ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ସରକାର ଗ୍ରାଉଣ୍ଡିଙ୍ଗ ପାଇଁ ଯୋଜନା କରୁଛନ୍ତି ।ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା । CMIE ରିପୋର୍ଟ ଅନୁସାରେ, ଏପ୍ରିଲରୁ ଜୁନ୍ ମଧ୍ୟରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା ।

Leave a Reply

Your email address will not be published. Required fields are marked *