Wed. Jun 17th, 2026

ନ୍ୟୁଜ ଡେକ୍ସ : ଲୋକପ୍ରିୟ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଫୁସ୍ଫୁସ୍ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି।

ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ବୁଦ୍ଧାଦିତ୍ୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି । ବର୍ତ୍ତମାନ ବୁଦ୍ଧାଦିତ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହି ଖବର ସାମ୍ନାକୁ ଆସିବା ପରେ ବୁଦ୍ଧାଦିତ୍ୟଙ୍କ ପ୍ରସଂଶକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ତେବେ ବୁଦ୍ଧାଦିତ୍ୟ ମହାନ୍ତି ଓଲିଉଡ୍‌ ସହ ବଲିଉଡ୍‌ ରେ ମଧ୍ୟ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି ।

ସେ ପ୍ରଥମେ ଏକ ହିନ୍ଦୀ ସିରିୟଲରେ ଅଭିନୟ କରିଥିଲେ । ଏହାପରେ ଓଡିଆ ଫିଲ୍ମ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟିଥିଲେ, ଏହାପରେ ସେ ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ାଗଳ କରିଛି ପାଉଁଜି ତୋର’ ଏବଂ ଅନେକ ରିଆଲିଟି ଶୋ ରେ ସେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *