Wed. Jun 17th, 2026

ନ୍ୟୁଜ ଡେକ୍ସ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ଦୁଇଟି ନୂତନ ବିଷୟ ଯୋଡ଼ାଯାଇଛି। ‘ପରିସଂଖ୍ୟାନ’ ଓ ‘ବନ ବିଜ୍ଞାନ’କୁ ନୂଆ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଏବେ ଅଲଗା ଭାବେ ନେଟ୍ ପରୀକ୍ଷା ଦେଇପାରିବେ।

ଆସନ୍ତା ଜୁନ୍ ୨୦୨୬ ଅଧିବେଶନରୁ ଏହି ଦୁଇ ବିଷୟରେ ପରୀକ୍ଷା ଆରମ୍ଭ ହେବ। ସମ୍ପର୍କିତ ବିଷୟର ବିସ୍ତୃତ ପାଠ୍ୟକ୍ରମ ୟୁଜିସି-ନେଟ୍‌ର ଆଧିକାରିକ ୱେବସାଇଟରେ ଉପଲବ୍ଧ ରହିଛି।ପରିସଂଖ୍ୟାନ ବିଷୟ ପାଇଁ ସ୍ୱତନ୍ତ୍ର ନେଟ୍ ପରୀକ୍ଷା ଦାବି ଦୀର୍ଘ ଦିନ ଧରି ହୋଇଆସୁଥିଲା। ପୂର୍ବରୁ ଏହି ବିଷୟର ଛାତ୍ରଛାତ୍ରୀମାନେ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ, ଯାହାରେ ସିଲାବସର ଅଧିକାଂଶ ଅଂଶ ପରିସଂଖ୍ୟାନ ସହ ସମ୍ପର୍କିତ ନଥିଲା।

ଏହି ସମସ୍ୟାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀ ଓ ବିଭିନ୍ନ ଶିକ୍ଷାବିଦ୍‌ମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ।ଏହି ଐତିହାସିକ ନିଷ୍ପତ୍ତି ପରେ ବିଶ୍ୱବିଦ୍ୟାଳୟ ସମୁଦାୟ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *