Sat. Feb 21st, 2026

ନ୍ୟୁଜ ଡେକ୍ସ : ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ୟାନ ଭିତରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳଗୁଡ଼ିକରେ ଏହି ଗଣନା କରାଯିବ।ବିଶେଷ କରି ଜାନୁଆରୀ ୮, ୯ ଓ ୧୦ ତାରିଖରେ ମୁଖ୍ୟ କୁମ୍ଭୀର ଗଣନା କରାଯିବ।

ଏହି ତିନି ଦିନ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପରିଭ୍ରମଣ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ତେଣୁ ଏହି ସମୟରେ ଭିତରକନିକା ବୁଲିବା ପାଇଁ ଯୋଜନା କରିଥିବା ପର୍ଯ୍ୟଟକମାନେ ନିଜ ଯାତ୍ରା ଯୋଜନାରେ ପରିବର୍ତ୍ତନ କରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।ଏହି ବଉଳା କୁମ୍ଭୀର ଗଣନା କାର୍ଯ୍ୟ ବିଶିଷ୍ଟ କୁମ୍ଭୀର ବିଶାରଦ ଡାକ୍ତର ସୁଧାକର କର ଓ ରାଜନଗର ଡିଏଫଓ ଭରତଦ୍ୱାଜ ଗାଏକ୍ୱାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯିବ।

ବନଖଣ୍ଡ ପକ୍ଷରୁ ୮, ୯ ଓ ୧୦ ତାରିଖରେ ମୋଟ ୫୧ଟି ସ୍ଥାନରେ କୁମ୍ଭୀର ଗଣନା ହେବ। ୭ ତାରିଖରେ ଗଣନା ସଂପର୍କିତ ପ୍ରଶିକ୍ଷଣ ଦିଆଯିବା ସହ ବିଭିନ୍ନ ବନାଞ୍ଚଳ ଓ ରେଞ୍ଜରେ ଟିମ୍ ଗଠନ କରାଯିବ। ୮, ୯ ଓ ୧୦ ତାରିଖ ଗଣନା କାର୍ଯ୍ୟ ସମ୍ପନ୍ନ ହେବା ପରେ ୧୧ ଓ ୧୨ ତାରିଖ ମଧ୍ୟରେ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ରାଜନଗର ଡିଏଫଓ ଭରତଦ୍ୱାଜ ଗାଏକ୍ୱାଡ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *