Thu. Oct 23rd, 2025

ନ୍ୟୁଜ ଡେକ୍ସ: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ କନଷ୍ଟେବଳଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା। ଘଟଣାପରଠୁ ଫେରାର ଥିଲା କମଲୁ। ପରେ ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ।ଜଙ୍ଗଲରେ କମଲୁକୁ ଧରିଥିଲେ।

ପୁଲିସ ନିକଟରେ ସରେଣ୍ଡର ପାଇଁ କମଲୁକୁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିଥିଲା। ତେଣୁ ବାଧ୍ୟ ହୋଇ ପୁଲିସ କମଲୁକୁ ଏନକାଉଣ୍ଟର କରିଥିଲା। କମଲୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। କମଲୁ ଏବଂ ଆହତ ଇନ୍ସପେକ୍ଟରଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *