Tue. Jun 16th, 2026

ନ୍ୟୁଜ ଡେକ୍ସ : ରାଜଧାନୀର ପ୍ରେସ ଛକ ନିକଟରେ ଘଟିଛି ଏକ ଭୟଙ୍କର ସିରିଜ ଦୁର୍ଘଟଣା। ଏକ ଦ୍ରୁତଗତିରେ ଆସୁଥିବା ଚାରିଚକିଆ ଯାନ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏହାପରେ ଯାନଟି କ୍ରମାଗତ ଭାବେ ତିନୋଟି ମୋଟରସାଇକେଲ ଓ ଗୋଟିଏ ସ୍କୁଟରକୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଥିଲା।

ଏହି ଦୁର୍ଘଟଣାରେ ୭ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି।ଦୁର୍ଘଟଣା ଘଟାଇବା ପରେ ଯାନ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣା ପରେ କିଛି ସମୟ ପାଇଁ ପ୍ରେସ ଛକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ହଟାଇବା ସହିତ ଯାତାୟାତକୁ ସ୍ୱାଭାବିକ କରିଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ଓ ଯାନଟି କିପରି ନିୟନ୍ତ୍ରଣ ହରାଇଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯାନଟି ଅତ୍ୟଧିକ ବେଗରେ ଆସୁଥିଲା ଏବଂ ହଠାତ୍ ଭାରସାମ୍ୟ ହରାଇ ଏକାଧିକ ଯାନକୁ ଧକ୍କା ଦେଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *