Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।

ଓଡିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ସବୁଥିରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ରଖିବା ସହିତ ଏଥିପାଇଁ ବହୁଥର ଓଡିଶା ଆସିଛନ୍ତି ରତନ ଟାଟା । ସବୁଡୁ ବଡ କଥା ହେଉଛି, ଗତ ମାସରେ ଟାଟା କଳିଙ୍ଗ ନଗର ପ୍ଲାଣ୍ଟକୁ ଦ୍ବିତୀୟ ପର୍ଯ୍ୟାୟରେ ବିସ୍ତାରିତ କରିବା ପାଇଁ ଘୋଷଣା କରିଥିଲା । ଯାହା ପରେ କଳିଙ୍ଗନଗର ପ୍ଲାଣ୍ଟର କ୍ଷମତା ବର୍ଷକୁ ୩୦ ଲକ୍ଷ ଟନରୁ ବୃଦ୍ଧି ହୋଇ ୮୦ ଲକ୍ଷ ଟନରେ ପହଞ୍ଜିବ ।

ଯାହା ଓଡିଶାକୁ ଏକ ବଡ ନିବେଶକ ରାଜ୍ୟ ବନାଇବାରେ ସାହାଯ୍ୟ କରିବ । ତେବେ ଗତକାଲି ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବାର୍ଦ୍ଧ୍ୟକଜନିତ ଅସୁସ୍ଥତା କାରଣରୁ ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଯାହା ଶିଳ୍ପ ଜଗତ ସହିତ ସାରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ।

Leave a Reply

Your email address will not be published. Required fields are marked *