ନ୍ୟୁଜ ଡେସ୍କ: ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ।
ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି। ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ମାନେ ଉପବାସ ରହି ମା’ଙ୍କୁ ଦର୍ଶନ କରୁଛନ୍ତି । ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ଷୋଡଶ ଉପଚାରରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଛି, ଏହାପରେ ସଂଧିପୂଜା ଆରମ୍ଭ ହେବ । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମଣ୍ଡପରେ ନାହିଁ ନଥିବା ଭିଡ ହୋଇଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ମାନେ ମା’ଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରିଛନ୍ତି । ସହରର ସମସ୍ତ ପୂଜା ମଣ୍ଡପରେ ମହା ଆଡମ୍ବରରେ ମା’ଙ୍କ ଦୁର୍ଗାଷ୍ଟମୀ ପୂଜା କରାଯାଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।
ସେହିପରି ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା। ସକାଳୁ ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ। ଏହାପରେ ହେବ ମହାନବମୀ ହୋମଯଜ୍ଞ କରାଯିବ। ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି।
