ନ୍ୟୁଜ ଡେକ୍ସ : ମଧ୍ୟପୂର୍ବର ଆକାଶ ଏବେ ଶାନ୍ତ… କିନ୍ତୁ ଏହି ନିରବତା ମଧ୍ୟରେ ଲୁଚିଛି କିଛି ଅଜଣା ଆଶଙ୍କା। ଡୋନାଲ୍ଡ ଟ୍ରମ୍ପ ହଠାତ୍ ଏକ ବଡ଼ ଘୋଷଣା କରି ଇସ୍ରାଏଲ ଓ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ୧୬ ଏପ୍ରିଲ ସନ୍ଧ୍ୟା ୫ଟାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ… କିନ୍ତୁ ପ୍ରଶ୍ନ ହେଉଛି, ଏହା ସତରେ ଶାନ୍ତିର ଆରମ୍ଭ କି?ମାସ ଧରି ଚାଲିଥିବା ରକ୍ତକ୍ଷୟୀ ସଂଘର୍ଷରେ ହଜାର ହଜାର ଜୀବନ ନଷ୍ଟ ହୋଇଛି।
ହିଜବୋଲା ଓ ଇସ୍ରାଏଲୀ ସେନା ମଧ୍ୟରେ ତୀବ୍ର ଆକ୍ରମଣ ପରେ ଏହି ଅଚାନକ ବିରତି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। କହାଯାଉଛି, ବେଞ୍ଜାମିନ୍ ନେତାନ୍ୟାହୁ ଓ ଜୋସେଫ ଆଉନ ସହ ଗୁପ୍ତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୱାଶିଂଟନରେ ହୋଇଥିବା ସିଧାସଳଖ କୂଟନୈତିକ ଆଲୋଚନା ଆଉ ଏକ ନୂଆ ଦିଗକୁ ଇଙ୍ଗିତ କରୁଛି। ୩୪ ବର୍ଷ ପରେ ଦୁଇ ଦେଶ ଏକ ଟେବୁଲରେ ଏହା କେବଳ ସାଧାରଣ ଘଟଣା ନୁହେଁ।
ଏହା ପଛରେ ଆଉ କଣ ଚାଲିଛି, ସେଥିପାଇଁ ଅନେକଙ୍କ ମନରେ ଜିଜ୍ଞାସା। ଜେ.ଡି. ଭାନ୍ସ ଓ ରାଜ୍ୟ ସଚିବ ରୁବିଓ ଙ୍କୁ ସ୍ଥାୟୀ ଶାନ୍ତି ପାଇଁ କାମ କରିବାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଅଞ୍ଚଳର ରାଜନୈତିକ ତନାବ ଏବେ ବି ଶେଷ ହୋଇନାହିଁ।ଲେବାନନ ପକ୍ଷରୁ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଥିବାବେଳେ, ଭିତରେ ଭିତରେ ଚାଲିଛି ଅନିଶ୍ଚିତତା। ଅସ୍ତ୍ରବିରତିର ଏହି ୧୦ ଦିନ ଶାନ୍ତିର ପଥ ଖୋଲିବ କି ଆଉ ଏକ ବଡ଼ ସଂଘର୍ଷ ପୂର୍ବର ନିରବ ସଙ୍କେତ? ଏନେଇ ସମୟ ଦେବ ଉତ୍ତର…

