Sun. Feb 22nd, 2026

ନ୍ୟୁଜ ଡେକ୍ସ : ମାଦକ ବିରୋଧୀ ଅଭିଯାନକୁ ତେଜ କରିଛି ଅବକାରୀ ବିଭାଗ। ପୁରୀ ଜିଲ୍ଲାରୁ ୧୩୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା। ଏହି ଘଟଣାରେ ଜଣେ ମାଦକ ବ୍ୟବସାୟୀକୁ ଗିରଫ କରାଯାଇଛି।ଗୁପ୍ତ ସୂଚନା ଆଧାରରେ ବୁଧବାର ସକାଳୁ ସତ୍ୟବାଦୀ ଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଛକ ନିକଟରେ ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରିଥିଲା।

ସେଠାରେ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଚିଣ୍ଟୁ ମେଣ୍ଟା (ପିପିଲି ସୁଲତାନ ନଗର)କୁ ଧରିଥିଲା ଟିମ୍।ଗିରଫ ଅଭିଯୁକ୍ତଙ୍କ ଠାରୁ ଜବତ ବ୍ରାଉନ ସୁଗାରକୁ ସିଲ୍ କରାଯାଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖନୀୟ ଯେ, ଗତ ମଙ୍ଗଳବାର ମଧ୍ୟ ଅବକାରୀ ବିଭାଗ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଗାମୀ ଦିନରେ ମାଦକ ବ୍ୟବସାୟ ବିରୋଧରେ ଏଭଳି ଚଢାଉ ଅଭିଯାନ ଆହୁରି କଡା କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *