ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟି ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣା ପରେ ଦୁଇ ପକ୍ଷର ମଧ୍ୟରେ ଜଣେ–ଜଣେ ଗୋଷ୍ଠୀର ସଂଘର୍ଷ ହୋଇଥିବାରୁ ସହରରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। ପାରିପାର୍ଶ୍ୱିକ ସ୍ଥିତିକୁ ମଧ୍ୟନଜରେ ରଖି BNS ୧୬୩ ଘୋଷଣା କରାଯାଇଛି।ଘଟଣା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବଡ ପଦକ୍ଷେପ ନେଇଛି।
ଆଗାମୀକାଲି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବା, ସହରରେ ଇଣ୍ଟରନେଟ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖିବା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାସହିତ BNS ୧୬୩ ଧାରା ଲାଗୁ କରାଯାଇଛି।ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସହରବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ସ୍ଥିତିକୁ ଆୟତ୍ତ କରିବା ପାଇଁ ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଛି।
ଏହାସହ, ଶାନ୍ତି କମିଟି ଡାକି ସମାଧାନ କରିବା ପାଇଁ ଏସପିଙ୍କୁ ନିବେଦନ ଦିଆଯାଇଛି।ଘଟଣା ସ୍ଥାନରେ ଲୋକଙ୍କ ମଧ୍ୟରେ ଆଶଙ୍କା ଏବଂ ଅସନ୍ତୋଷ ଚାଲିଥିବା ବେଳେ, ପ୍ରଶାସନ ଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି। ଏହି ସଂଘର୍ଷ ପରିସ୍ଥିତି ସ୍ଥିର ହେବା ପର୍ଯ୍ୟନ୍ତ ସହରବାସୀଙ୍କୁ ସଚେତନ ରହିବା ନିର୍ଦ୍ଦେଶ ଦିଆଯାଇଛି।

