Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ କ୍ରୀଡା ଜଗତ ପାଇଁ ଏକ ଭାବୁକ ମୁହୂର୍ତ୍ତ। ଦେଶର ଗର୍ବ, ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଏବଂ ବ୍ୟାଡମିଂଟନର ପଥପ୍ରଦର୍ଶକ ସାଇନା ନେହ୍ୱାଲ ଅବସର ନେବାର ଔପଚାରିକ ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ଆଂଠୁ ଆଘାତରେ ପୀଡିତ ଥିବା ସାଇନା କହିଛନ୍ତି-“ଏବେ ଶରୀର ଆଉ ସହଯୋଗ କରୁନି, ଏହି କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା।”ଯଦିଓ ପଛଲା ଦୁଇ ବର୍ଷ ଧରି ସେ ପ୍ରତିଯୋଗିତାରୁ ଦୂରେଇ ରହିଥିଲେ, ତଥାପି ଏହା ତାଙ୍କର ଔପଚାରିକ ବିଦାୟ।

୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସେ ଭାରତୀୟ ମହିଳା ବ୍ୟାଡମିଂଟନକୁ ବିଶ୍ୱ ମଞ୍ଚରେ ଉଜ୍ଜ୍ୱଳ କରିଥିଲେ।ରିଓ ଅଲିମ୍ପିକ୍ସ ପରେ ଆଘାତ ସହିତ ସଂଘର୍ଷ କରିବା ସତ୍ତ୍ୱେ ସେ ୨୦୧୭ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ଜିତି ନିଜ ଦୃଢ଼ ମନୋବଳ ପ୍ରମାଣ କରିଥିଲେ।

କିନ୍ତୁ ଆଂଠୁର କାର୍ଟିଲେଜ ନଷ୍ଟ ହେବାରୁ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ଆଉ ସମ୍ଭବ ହୋଇନଥିଲା।ସାଇନାଙ୍କ ଯାତ୍ରା କେବଳ ପଦକରେ ସୀମିତ ନୁହେଁ, ସେ ଲକ୍ଷାଧିକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା। ତାଙ୍କ ଅବସର ସହିତ ଏକ ଯୁଗର ଶେଷ ହେଲା, କିନ୍ତୁ ତାଙ୍କ ସଫଳତା ଓ ସଂଘର୍ଷର କାହାଣୀ ଆଗାମୀ ପିଢିକୁ ସଦା ପଥଦର୍ଶନ କରିବ।

Leave a Reply

Your email address will not be published. Required fields are marked *