Sun. Feb 22nd, 2026

ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅଞ୍ଚଳର ପଣ୍ଡରେନ୍ ଗାଁ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକସନ୍ତପ୍ତ କରିଛି। ଅଜଣା ଗାଡ଼ିର ଧକ୍କାରେ ଗୋଟିଏ ପରିବାରର ଚାରି ଜଣଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୫୫ ବର୍ଷୀୟ ଅଜା, ତାଙ୍କ ୨ ଜଣ ନାତି ଓ ଜଣେ ସମ୍ପର୍କୀୟ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତୁରେକେଲା ଗାଁର ଏହି ପରିବାରର ୪ ଜଣ କୌଣସି କାମରେ ବାଇକରେ ଯାଇ ଘରକୁ ଫେରୁଥିବା ବେଳେ ପଣ୍ଡରେନ୍ ଗାଁ ନିକଟରେ ଏକ ଅଜଣା ଗାଡ଼ି ଭୟଙ୍କର ଭାବେ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ସମସ୍ତେ ଛିଟିକି ପଡ଼ିଥିଲେ।ଘଟଣାସ୍ଥଳରେ ୫୫ ବର୍ଷର ଅଜା କ୍ଷୀର ପୁଟେଲ, ୬ ବର୍ଷର ନାତି ଦେବାଶିଷ ପୁଟେଲ ଏବଂ ଧଅରାଖମନ ଗ୍ରାମର ସମ୍ପର୍କୀୟ ମୋହନ ପୁଟେଲଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ଆହତ ହୋଇଥିବା ୪ ବର୍ଷର ଅନ୍ୟ ଜଣ ନାତି ଦେବାଶିଷ ପୁଟେଲଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ସମଗ୍ର ତୁରେକେଲା ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଶୋକର ଛାୟା ନେମିଛି। ଗୋଟିଏ ପରିବାରର ଏଭଳି ଅପୂରଣୀୟ କ୍ଷତି ଲୋକମାନଙ୍କୁ ଗଭୀର ଭାବେ ମର୍ମାହତ କରିଛି।ତୁରେକେଲା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ସହ ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ତ୍ୱରିତ ନ୍ୟାୟ ଓ ଦୋଷୀ ଚାଳକଙ୍କୁ ଗିରଫ କରିବା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *