ନ୍ୟୁଜ ଡେକ୍ସ : ଭୁବନେଶ୍ୱରସ୍ଥିତ ବିଜେବି କଲେଜର ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୨ ମାର୍ଚ୍ଚ ୨୦୨୬ ତାରିଖରେ ଅନୁଷ୍ଠିତ ହେବ। ଏହାକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କାର୍ଯ୍ୟସାରଣୀ ମଧ୍ୟ ପ୍ରକାଶିତ ହୋଇଛି।ଏହି କାର୍ଯ୍ୟସାରଣୀ ଅନୁସାରେ ଫେବୃଆରୀ ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ସଦସ୍ୟ ପଞ୍ଜୀକରଣ ଓ ସଦସ୍ୟତା ସତ୍ୟାପନ କାର୍ଯ୍ୟ ଚାଲିବ।
ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗଗ୍ରହଣ କରି ନୂତନ କର୍ମକର୍ତ୍ତା ଚୟନକୁ ସଫଳ କରିବାକୁ ଆହ୍ୱାନ ଜଣାଇଛି ‘ବିଜେବି ଫ୍ରେଣ୍ଡସ୍’। ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କର ତାଲିକା ବିଜେବି କଲେଜର ଅଧିକୃତ ୱେବସାଇଟ୍ www.bjbcollege.in ରେ ପ୍ରକାଶିତ ହୋଇଛି। ଯଦି କାହାର ନାମ ସେହି ତାଲିକାରେ ନାହିଁ, ତେବେ ସେ ସଦସ୍ୟ/ସଦସ୍ୟା ନିଜ ସଦସ୍ୟତାର ଉପଯୁକ୍ତ ପ୍ରମାଣପତ୍ର (ଦେୟ ରସିଦ୍ ଓ ପରିଚୟ ପତ୍ର) ସହିତ ଫେବୃଆରୀ ୧୨ ରୁ ୧୭ ତାରିଖ ମଧ୍ୟରେ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ‘ବିଜେବି ଫ୍ରେଣ୍ଡସ୍’ କାର୍ଯ୍ୟାଳୟରେ ପଞ୍ଜୀକରଣ କରିପାରିବେ।ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ ଚୂଡାନ୍ତ ସଦସ୍ୟ ତାଲିକା ଫେବୃଆରୀ ୧୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରକାଶିତ ହେବ। ଏହା ପରେ ଫେବୃଆରୀ ୧୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ।
କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୨୨ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଏବଂ ସେହିଦିନ ଭୋଟ ଗଣନା ସରିବା ପରେ ଫଳାଫଳ ଘୋଷଣା କରାଯିବ।‘ବିଜେବି ଫ୍ରେଣ୍ଡସ୍’ ପକ୍ଷରୁ ଆଶା କରାଯାଉଛି ଯେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇ ସଂଗଠନକୁ ଆହୁରି ସଶକ୍ତ ଓ ସଜୀବ କରିବେ।

