Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ପବିତ୍ର ଜାଗର। ମହାଶିବରାତ୍ରୀ ଉପଲକ୍ଷେ ସମଗ୍ର ଓଡ଼ିଶାର ବିଭିନ୍ନ ଶୈବପୀଠ ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ହୋଇଉଠିଛି। ଶିବଭକ୍ତମାନେ ଦୀପ ଜାଳି, ରାତି ଉଜାଗର ରହି ଦେବଦେବ ମହାଦେବଙ୍କ ଆରାଧନାରେ ମଗ୍ନ ହୋଇଛନ୍ତି। ରାତି ଅଧରୁ ହିଁ ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।

ଓଡ଼ିଶାର ପ୍ରମୁଖ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ଆଜି ବିଶେଷ ଉତ୍ସାହ ଓ ଭକ୍ତିର ମାହୋଲ। ହଜାର ହଜାର ଭକ୍ତ ଦୀପ ଜାଳି ପ୍ରଭୁ ଲିଙ୍ଗରାଜଙ୍କ ପାଦପଦ୍ମରେ ମାଥା ନମାଇ ଆଶୀର୍ବାଦ ଲାଭ କରୁଛନ୍ତି। ରାତି ୧୦ଟାରେ ପ୍ରଭୁଙ୍କ ପବିତ୍ର ମହାଦୀପ ଉଠିବାକୁ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଉଛି।ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏବଂ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବାକୁ ଲିଙ୍ଗରାଜ ମନ୍ଦିର ପରିସରରେ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି, ମନ୍ଦିର ଓ ଆସପାସ ଅଞ୍ଚଳକୁ ସିସିଟିଭି କ୍ୟାମେରାରେ ନଜରବନ୍ଦୀ କରାଯାଇଛି, ଯାହାଦ୍ୱାରା ସମସ୍ତ ଗତିବିଧି ଉପରେ ନିରନ୍ତର ନଜର ରଖାଯାଉଛି। ଭକ୍ତମାନେ ଶାନ୍ତି ଓ ଶୃଙ୍ଖଳାର ସହିତ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ଓ ପ୍ରଶାସନ ସଚେତନ ରହିଛି।ସାରା ରାଜ୍ୟ ଆଜି ଶିବମୟ। “ହର ହର ମହାଦେବ” ଧ୍ୱନିରେ ପରିବେଶ ଗଞ୍ଜିଉଠୁଛି, ଏବଂ ଭକ୍ତମାନେ ଦେବଦେବ ମହାଦେବଙ୍କ ଆଶୀର୍ବାଦ ଲାଭ କରି ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧିର ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *